Hot Posts

6/recent/ticker-posts

ଅନାସ୍ଥା ପ୍ରସ୍ତାବ ବିଫଳ, ଉମରକୋଟ ପୌରାଧ୍ୟକ୍ଷା ରାଧା ଭତ୍ରା ଙ୍କ ପଦକାଏମ

ଉମରକୋଟ, ୧୦ / ୦୯ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଧ୍ଯକ୍ଷା ରାଧା ଭତ୍ରା ଙ୍କ ପଦ କାଏମ ରହିଛି। ତାଙ୍କ ବିରୁଦ୍ଧରେ ୧୪ ଜଣ ସଭ୍ୟ ସଭ୍ୟା ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଉପ ଜିଲ୍ଲାପାଳ କକ୍ଷରେ ଏ ନେଇ ଆଲୋଚନ ବେଳେ ମାତ୍ର ୩ ଜଣ ଉପସ୍ଥିତ ଥିବାରୁ ନା ଭୋଟିଂ ହୋଇପାରିଲା ନା ଆଲୋଚନା ଯଦ୍ବାରା ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ରାଧା ଭତ୍ରା ଙ୍କୁ ପୁଣିଥରେ ଅଧ୍ୟକ୍ଷା ଭାବେ ଦାୟିତ୍ବ ଅର୍ପଣ କରିଛନ୍ତି। ସୂଚନାଥାଉକି ଗତ ଅଗଷ୍ଟ ୨୬ରେ ଉମରକୋଟ ପୌର ପରିଷଦ ସମସ୍ତ ୧୪ ଜଣ କାଉନସିଲର ପୌରାଧ୍ଯକ୍ଷା ରାଧାଭତ୍ରାଙ୍କ ବିରୁଦ୍ଧର ଅନାସ୍ଥା ପ୍ରସ୍ତାବ ଆଣିବାକୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଦରଖାସ୍ତ ଦେଇଥିଲେ।ଏହାପରେ ଜିଲ୍ଲାପାଳ ସମସ୍ତ କାଉନସିଲର ଙ୍କୁ ୧୦ ତାରିଖ ଅନାସ୍ଥା ପ୍ରସ୍ତାବ ବିଷୟରେ ଆଲୋଚନ ସହ ଭୋଟିଂ ପାଇଁ ନୋଟିସ ଜାରି କରିବା ସହ ଉପଜିଲ୍ଲାପାଳଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ସମୟରେ ଜିଲ୍ଲାପାଳ ପହଞ୍ଚିଥିଲେ। ଅଥଚ ବୈଠକରେ ଦୁଇ ତୃତୀୟାଂଶ କାଉନସିଲର ଅନୁପସ୍ଥିତ ରହିବାରୁ ପୌରାଧ୍ଯକ୍ଷ ପଦ କାଏମ ରହିବ ବୋଲି ଘୋଷଣା କରିଥିଲେ ଉପଜିଲ୍ଲାପାଳ । ଅନ୍ୟପକ୍ଷରେ ହାଇକୋର୍ଟରେ ଅନାସ୍ଥା ମାମଲା ବିରୋଧ ନ ଥିବାରୁ ଆଗାମୀ ଶୁଣାନି ପର୍ଯ୍ୟନ୍ତ ଶ୍ରୀମତି ରାଧା ଭତ୍ରା ଅଧ୍ୟକ୍ଷ ଦାୟିତ୍ଵ ତୁଲାଇବେ ବୋଲି କହିଛନ୍ତି।