Hot Posts

6/recent/ticker-posts

ଏକ ଦିବସିୟ ସମୂହ ବୃକ୍ଷ ରୋପଣ କାର୍ଯକ୍ରମ ଏକ ପେଡ ମାଁ କେ ନାମ -୨.୦

ରାୟଗଡ଼ା, ୧୦ / ୦୯ ( ଭି. ଗୌରି ଶଙ୍କର ରାଓ ) : ମାଁ ଙ୍କ ନାମ ରେ ଗଛଟିଏ ଉଦ୍ଧେଶ୍ୟ ରେ ଚଳିତ ମାସ ୧୭.୦୯.୨୦୨୫ ରେ ହେବାକୁ ଥିବା ଏକ ଦିବସିୟ ସମୂହ ବୃକ୍ଷ ରୋପଣ କାର୍ଯକ୍ରମ ସକାଶେ ରାୟଗଡା ବନାଞ୍ଚଳ ତରଫରୁ ରାୟଗଡା ବନାଞ୍ଚଳ ର ବିଭିନ୍ନ ଗ୍ରାମ ପଞ୍ଚାୟତ ଯଥା- ଜିମିଡିପେଟା ,ହାଟ-ଶେଷଖାଲ, ଡାଙ୍ଗଲୋଡି , ତାଡମା , ଗୁମ୍ମା ପଞ୍ଚାୟତ କୁ ୫୦୦ ଲେଖାଏଁ ବିଭିନ୍ନ କିସମ ର ଚାରା ହଁସା କେନ୍ଦ୍ରୀୟ ନର୍ସରି ଓ ଲଡ୍ଡ। ଅସ୍ଥ।ୟୀ ନର୍ସରି ରୁ ବଣ୍ଟନ କରାଯାଇଥିଲା ଏବଂ ୦୧.୦୯.୨୦୨୫ ରୁ ୧୦.୦୯.୨୦୨୫ ମଧ୍ୟରେ ରାୟଗଡା ପଞ୍ଚାୟତ ସମିତି ର ୨୭ ଗୋଟି ପଂଚାୟତ ଏବଂ କୋଲନର। ପଞ୍ଚାୟତ ସମିତି ଅଧୀନରେ ରେ ଥିବା ୧୨ ଗୋଟି ପଞ୍ଚାୟତ ପିଛା ୫୦୦ ଗୋଟି ବିଭିନ୍ନ କିସମ ର ଚାରା ରେଙ୍ଗାଲପାଡୁ ଅସ୍ଥ।ୟୀ ନର୍ସରି, ହଁସା କେନ୍ଦ୍ରୀୟ ନର୍ସରି ଓ ଲଡ୍ଡ। ଅସ୍ଥ।ୟୀ ନର୍ସରି ଯୋଗାଇ ଦିଆଯାଇଥିଲା ।
  ଏହି କାର୍ଯକ୍ରମ ରେ ଏକ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା ଓ ଚାରା ବଣ୍ଟନ ସହ ଜନ- ସଚେତନ କରାଯାଇଥିଲା । ଏହି କାର୍ଯକ୍ରମ କୁ ଶ୍ରୀ ଅଶୋକ କୁମାର ପ୍ରଧାନ , ଉପ ବନ ସଂରକ୍ଷକ , ରାୟଗଡା ବନଖଣ୍ଡ ସବୁଜ ପତାକା ଦେଖାଇ ସବୁଜ ରଥ ର ଶୁଭାରମ୍ଭ କରିଥିଲେ । ଶ୍ରୀ କମେଶ୍ଵର ଆଚାରୀ , ବନାଞ୍ଚଳ ଅଧିକାରୀ , ରାୟଗଡା ଏହାକୁ ସୁ-ପରିଚାଳନା କରିଥିଲେ ।