Hot Posts

6/recent/ticker-posts

ସ୍ୱଛତା ହିଁ ସେବା ପକ୍ଷରେ ପୌରର ସାଇକେଲ ରାଲି।

ଜୟପୁର, ୨୫।୯ ( ଏ. ଭେଙ୍କଟ ରାଓ ) : ସ୍ୱଚ୍ଚତା ହିଁ ସେବା ୨୦୨୫ ଜୟପୁର ପୌରରେ ପାଳନ କରାଯାଇଛି। ଚଳିତ ମାସ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ୧୭ ତାରିଖ ଠାରୁ ଆରମ୍ୱ ହୋଇ ଅକ୍ଟବୋର ୨ ତାରିଖ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ ଅବସରରେ ପୌର ପରିଷଦ ପକ୍ଷରୁ ଏକ ସାଇକେଲ ରାଲୀର ଆୟୋଜନ କରିଥିଲେ। ଏଥିରେ ସହରର ବିଭିନ୍ନ ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଉପାଧକ୍ଷା ବି ସୁନିତା ଉପ ଜିଲ୍ଲପାଳ ଏ ସସ୍ୟା ରେଡ୍ଡୀ ତହସିଲଦାର ସାବ୍ୟସାଚି ଜେନା ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ମହେଶ୍ୱର ନାୟକ କାର୍ଯ୍ୟନିର୍ବାହି ଅଧିକାରୀ ପୂଜା ରାଉତ ପୋଲିସ ପ୍ରଶାସନର ଅଧିକାରୀଙ୍କ ସହ ବିଶିଷ୍ଟ ବ୍ୟବସାୟୀ ସଞ୍ଜୁ ଜୈନ ଏବଂ କର୍ମଚାରି ପ୍ରମୁଖ ଉପସ୍ଥିତ ଥିଲେ। ବିଜେତା ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।