Hot Posts

6/recent/ticker-posts

ପୋଖରିରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ଦୁଇ ଭାଇ ଙ୍କ ମୃତ୍ୟୁ

କଳାହାଣ୍ଡି, ୦୫ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର୍ ଗାଁରେ ଆଜି ଗୋଟିଏ ହୃଦୟବିଦାରକ ଅଘଟଣ ଘଟିଛି। ଗାଁ ମୁଣ୍ଡ ପୋଖରୀରେ ଗାଧୋଇବାକୁ ଯାଇଥିବା ସମୟରେ ଦୁଇ ଭାଇ ପାଣିରେ ବୁଡ଼ି ଜୀବନ ହରାଇଛନ୍ତି । ମୃତ୍ୟୁ ହୋଇଥିବା ଦୁଇ ଶିଶୁଙ୍କ ମଧ୍ୟରୁ ଜଣଙ୍କ ବୟସ ୯ ବର୍ଷ ଓ ଅନ୍ୟଟିର ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି। ଘଟଣା ସୂଚନା ମିଳିବା ସହିତ ଓଡ୍ରାପ ଟିମ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି, ବହୁ ପରିଶ୍ରମ ପରେ ଦୁଇ ମୃତଦେହ କୁ ଉଦ୍ଧାର କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କୁ ବଞ୍ଚାଇ ପାରିନଥିଲେ । ସୂଚନା ପାଇବା ପରେ ସଦର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଚାନକ ଘଟିଥିବା ଏହି ଦୁଃଖଦ ଘଟଣାରେ ସମଗ୍ର ଗାଁରେ ଶୋକର ଛାୟା ପ୍ରବାହିତ ହୋଇଛି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍