ଟେମରି ଗ୍ରାମରେ ମର୍ମନ୍ତୁଦ ଦୁର୍ଘଟଣା ଶିଶୁ କନ୍ୟା ମୃତ
ପାଇକମାଳ, ୨୬ / ୦୯ ( କୃଷ୍ଣଚନ୍ଦ୍ର ସାହୁ ) : ପାଇକମାଳ ବ୍ଲକ ଟେମରି ଗ୍ରାମରେ ମର୍ମନ୍ତୁଦ ବସ ଦୁର୍ଘଟଣା ରେ ଶିଶୁ କନ୍ୟା ମୃତ୍ୟୁ ବରଣ କରିଛି। ସେ ହେଲେ ଟେମରୀ ଗ୍ରାମର ନରେଶ କୁମାର ବନଛୋର ଙ୍କ ୨ବର୍ଷ ୬ମାସର ଏକ ମାତ୍ର ଝିଅ ରିୟାନସି । ଏନେଇ ମୃତକଙ୍କ ବାପା ପାଇକମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପାଇକମାଳ ମହାମାୟା ପବ୍ଲିକ ସ୍କୁଲ ବସ ସବୁଦିନ ଗ୍ରାମର ପଢା ଛାତ୍ର ଛାତ୍ରୀ ମାନଙ୍କୁ ନେବା ଆଣିବା କରୁଥିଲା ଶୁକ୍ରବାର ମଧ୍ୟ୍ୟ ସ୍କୁଲରୁ ଛାତ୍ର ଛାତ୍ରୀ ମାନଙ୍କୁ ଟେମରୀକୁ ଛାଡିବାକୁ ପ୍ରାୟ ୨ଟା ୧୫ମିନିଟ ରେ ଆସିଲା ବେଳେ ଗୋଟିଏ ଶିଶୁ କନ୍ୟା ରିୟାନସି ବଂଛୋର ରୋଡ ଉପରେ ଛିଡା ହୋଇଥିବା ବେଳେ ବସ ଚାଳକ ଦେଖି ନପାରି ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଝିଅ ରିୟାନସି କୁ ତାଙ୍କ ବାପା ପଦ୍ମପୁର ସରକାରୀ ଚିକିତ୍ସାଲୟକୁ ଆଣି ଡାକ୍ତର ଙ୍କୁ ଦେଖାଇ ଥିଲେ । ସେଠାରେ ଡାକ୍ତର ଦେଖି ଶିଶୁକନ୍ୟା କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ବାପା ଏନେଇ ପାଇକମାଳ ଥାନାରେ ଉପରୋକ୍ତ ଲିଖିତ ଅଭିଯୋଗ ଦେଇଛନ୍ତି । ଟେମରୀ ଗ୍ରାମରେ ଚାପା ଉତ୍ୟେଜନା ରହିବା ସହ ଶିଶୁକନ୍ୟର ମୃତ ଦେହକୁ ପାଇକମାଳ ପଦ୍ମପୁର ରାସ୍ତା ଭୋଲିଅବନ୍ଧ ଠାରେ ସଂନ୍ଧ୍ୟ ୬ ଟାରେ ଗ୍ରାମବାସୀମାନେ ବିଭିନ୍ନ ଦାବିନେଇ ରାସ୍ତା ରୋକ କରିଛନ୍ତି । ପାଇକମାଳ ପୋଲିସ ଘଟଣା ସ୍ଥଳେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ।
ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ