Hot Posts

6/recent/ticker-posts

କର୍ମଚାରୀଙ୍କୁ ଦରମା ଦେଇନି ଏଲଆଣ୍ଡକେ ସଂସ୍ଥା।

ଜୟପୁର, ୧୩ / ୦୯ ( ଏ. ଭେଙ୍କଟ ରାଓ ) : ଗତକାଲି ଏଲ ଆଣ୍ଡ କେ ପ୍ରାଇଭେଟ ଲିମିଟେଡ ସଂସ୍ଥା କୋରାପୁଟ ଜୟପୁର ଠାରେ ଥିବା ଜିଲ୍ଲା ଚିକିତ୍ସାଳୟରେ ନିୟୋଜିତ ଅସ୍ଥାୟୀ ଶ୍ରମିକ ମାନଙ୍କୁ ସରକାରଙ୍କ ଠାରୁ ମାସିକ ନିୟମିତ ପାଉଥିବା ଠିକା ରାଶିକୁ ଶ୍ରମିକ ମାନଙ୍କୁ ଦରମା ନଦେଇ ନିଜସ୍ଵ ବ୍ୟବସାୟରେ ବିନିଯୋଗ କରୁଥିବା ଚିକିତ୍ସାଳୟରେ ନିୟୋଜିତ ହୋଇଥିବା କର୍ମଚାରି ମାନେ ବହୂ ମାସ ଧରି ଦରମା ପାଇ ନଥିବାକୁ ନେଇ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ସହ ନିୟୋଜିତ ହୋଇଥିବା କର୍ମଚାରି ମାନଙ୍କ ଇଏସଆଇ ଏବଂ ଇପିଏଫ ଯମା କରିନଥିବା ଅଭିଯୋଗ କରିଛନ୍ତି। ଚୁକ୍ତି ଅନୁଯାଇ ସ୍ବାସ୍ଥ୍ୟ ବିଭାଗରେ ନିୟୋଜିତ ହୋଇଥିବା କର୍ମଚାରି ମାନଙ୍କୁ ସୁରକ୍ଷା ଉପକରଣ ସହ ଶ୍ରମ ଆଇନ ଅନୁଯାୟୀ ପାଉଣା,ସାବୁନ ଡ୍ରେସ ଏବଂ ପୁଷ୍ଟିକର ଖାଦ୍ୟ ନିତ୍ୟ ଯୋଗାଇବା ଉଦ୍ଧିଷ୍ଟ ରୋହିଥିଲେ ସୁଦ୍ଧା ଏହି ସବୁକୁ ସଂସ୍ଥା ଖିଲାପ କରୁଥିବାରୁ ଏହାର ଚୁକ୍ତି ବାତିଲ କରିବାକୁ ସାଧାରଣରେ ଦାବୀ ହୋଇଛି। ଏହା ସହ କର୍ମଚାରି ମାନଙ୍କୁ ପ୍ରଥମେ ନିୟୋଜିତ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ଠାରୁ ଷାଠିଏ ହଜାର ଟଙ୍କା ଲେଖାଏଁ ଉତ୍କଚୋ ନେଇଥିବା କର୍ମଚାରି ମାନେ ଅଭିଯୋଗ କରିଛନ୍ତି ଏହାକୁ ହିସାବକୁ ନେଲେ ନିୟୋଜିତ ତିନି ଶହ କର୍ମଚାରି ମାନଙ୍କ ଠାରୁ ନେଇଥିବା ଷାଠିଏ ହଜାର ଟଙ୍କା ହିସାବରେ ଏକ କୋଟି ଅଶିଏ ଲକ୍ଷ୍ୟ ଟଙ୍କା ନେଇ ମଧ୍ୟ କର୍ମଚାରି ମାନଙ୍କୁ ସଠିକ ଭାବରେ ଦରମା ନଦେଇ ହୋଇରାଣ କରୁଥିବା କୋହିଛନ୍ତି। ଜୟପୁର ସଦର ଥାନା ଅଧିକାରୀ ସଚିଦା ନନ୍ଦ ପ୍ରଧାନ ଠିକା ସଂସ୍ଥାର କର୍ମଚାରିଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ତାଗିଦ କରିଥିଲେ ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।