ଯୌତୁକ ନିର୍ଯ୍ୟାତନା ରୁ ବଧୁ ହତ୍ୟା ଅଭିଯୋଗ
କଳାହାଣ୍ଡି, ୧୧ /୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କେସିଙ୍ଗା ଥାନା ଅଞ୍ଚଳରୁ ଆସିଲା ଅଭାବନୀୟ ଘଟଣା:ପାରିବାରିକ କଲହ ରୁ ବିଷ ପିଇ ଆତ୍ମହତ୍ୟା, ମହିଲା ଙ୍କ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ମଦନପୁରରାମପୁର ସାପଲହରା ଗାଁ ର କ୍ଷୀରବତି ସାହୁ ଙ୍କୁ କେସିଙ୍ଗା ଥାନା ଧଅଁରମାଲ ଗାଁ ର ଜଗନ୍ନାଥ ସାହୁ ଙ୍କ ସହ ୨୦୨୩ ମସିହାରେ ବିବାହ କରିଥିଲେ, ବିବାହ ପରଠାରୁ ଯୌତୁକ ନିର୍ଯାତନା ଦେଉଥିଲେ। ଗତକାଲି ଝିଅଙ୍କ ବାପା ଆସି ବୁଝାସୁଝା କରି ଯିବାସମୟରେ ସ୍ବାମୀ ଶାଶୁ, ଶ୍ବଶୁର ମିସି ବିଷ ପିଆଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି।ଏହାପରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ ମୃତ୍ୟୁ ଘୋଷଣା ପରେ ,ଏନେଇ କେସିଙ୍ଗା ଥାନାରେ ଝିଅଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରିଥିବା ବେଳେ ,ଶବ ବ୍ୟବଚ୍ଛଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଛି
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ