କଳାହାଣ୍ଡି , ୧୫/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଗତକାଲି ଅପରାହ୍ଣ ସମୟରେ ଲାଞ୍ଜିଗଡ଼ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଲାଞ୍ଜିଗଡ଼ ତଥା ପାଖ ପଡୋଶୀ ପଞ୍ଚାୟତ ର ଜନସାଧାରଣଙ୍କୁ ନେଇ ଏକ ସାଧାରଣ ସଭା ଲାଞ୍ଜିଗଡ଼ ରାଜା ପ୍ରଥମ ସଭାର ସଭାପତି ଶ୍ରୀ ସୁରେନ୍ଦ୍ର ପ୍ରତାପ ସିଂଦେଓ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା I ପ୍ରଥମେ ଚନ୍ଦ୍ର ଧ୍ଵଜ ପେଶନିଆ ଏହି ସଭାର ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରିଥିଲେ ଯଥା:- ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ସ୍ଥାପନ କରିବା, ଲାଞ୍ଜିଗଡ଼ କୁ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ( ଏନ ଏ ସି ) ରେ ଘୋଷଣା,ସରକାରଙ୍କ ଦ୍ଵାରା ଘୋଷିତ ଲାଞ୍ଜିଗଡ଼ ଆଇ ଟି ଆଇ ପ୍ରତିଷ୍ଠା କରେଇବା,ଲାଞ୍ଜିଗଡ଼ ଠାରେ ରେଜିଷ୍ଟର ଓ ଟ୍ରେଜରି ଅଫିସ୍ ପ୍ରତିଷ୍ଠା କରେଇବା,ଲାଞ୍ଜିଗଡ଼ ଠାରେ ଅତିରିକ୍ତ ତହସିଲ ଅଫିସ ପ୍ରତିଷ୍ଠା କରିବା,ଲାଞ୍ଜିଗଡ ଠାରେ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ କରିବା, ଲାଞ୍ଜିଗଡ଼ ଠାରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉର୍ନ୍ନତିକରଣ କରିବା ,ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତା ସମ୍ପ୍ରସାରଣ ଇତ୍ୟାଦି ଉପରେ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିବା I ଏହି କାର୍ଯ୍ୟଗୁଡ଼ିକ ଆଗେଇ ନେବା ପାଇଁ ଏକ ଉନ୍ନୟନ ପରିଷଦ ଗଠନ କରିବା ଓ ତାର ନାମ କରଣ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା I ଏହି ପରିଷଦର ନାମକରଣ ସର୍ବସନମତି କ୍ରମେ " ଆଞ୍ଚଳିକ ଉନ୍ନୟନ ପରିଷଦ, ଲାଞ୍ଜିଗଡ଼ " ନାମ କରଣ କରାଯାଇଥିଲା। ଏହି ପରିଷଦକୁ ପରିଚାଳନା କରିବା ପାଇଁ ଏକ ଗଭର୍ଣିଂବଡି କମିଟି ବଛାଯାଇଥିଲା ଓ ଅନ୍ୟାନ୍ୟ କମିଟି ଗୁଡ଼ିକ ବଛା ଯାଇଥିଲl I :-ସେମାନେ ହେଲେ: ଗଭର୍ଣିଂବଡି ବୋର୍ଡ ସଦସ୍ୟ ହେଲେ :- ୧.ଶ୍ରୀଧର ପେଶନିଆ - ସଭାପତି, ୨.ରାଜେନ୍ଦ୍ର ପ୍ରତାପ ସିଂଦେଓ - କାର୍ଯ୍ୟକାରୀ ସଭାପତି,୩.ଶ୍ରୀମୁଖ ଅଗସ୍ତି - ସାଧାରଣ ସମ୍ପାଦକ,୪. ଅଶୋକ କୁମାର ପଟ୍ଟନାୟକ - ସହ ସମ୍ପାଦକ,୫. ଶିଶିର ପୁଝାରୀ - ସହ ସମ୍ପାଦକ,୬.ଭୂପେନ୍ଦ୍ର ମହରଥା - ସହ ସମ୍ପାଦକ,୭. ସୁବାସ ଅଗ୍ରୱାଲ- କୋଷାଧ୍ୟକ୍ଷ,୮. ସୁବାସ ଚନ୍ଦ୍ର ମହାପାତ୍ର - ସହ କୋଷାଧ୍ୟକ୍ଷ, ଆବାହକ ଦ୍ବୟ:-ସୁରେନ୍ଦ୍ର ପ୍ରତାପ ସିଂଦେଓ, ଚନ୍ଦ୍ରଧ୍ଵଜ ପେଶନିଆ,ଆଇନ ପରାମର୍ଶଦାତା :- ସିଦ୍ଧାର୍ଥ ନାୟକ,ଆଇନଜିବୀ ଅନ୍ ୱାର ଭାରତୀ, ଆଇନଜିବୀ ପରାମର୍ଶଦାତା କମିଟି:-ସରସ୍ଵତୀ ମୁଣ୍ଡା, ସରପଞ୍ଚ ଲାଞ୍ଜିଗଡ଼ ପଞ୍ଚାୟତ,ଚlଞ୍ଚେର ମାଝୀ,ସରପଞ୍ଚ ବସନ୍ତପଡ଼l ପଞ୍ଚୟତ ସୁଷମା ମାଝୀ ସରପଞ୍ଚ ଛତ୍ରପୁର ପଞ୍ଚାୟତ ମୁଗୁନା ମାଝୀ ସରପଞ୍ଚ ଜଗନ୍ନାଥପୁର ପଞ୍ଚାୟତ,କରୁଣା ମାଝୀ ସରପଞ୍ଚ ବlତେଲିମା ପଞ୍ଚାୟତ ସରପଞ୍ଚ, ତ୍ରିଲୋଚନପୁର ପଞ୍ଚାୟତ,କାମରାଜ ଦଳବେହେରା,ସେନାପତି ନାଏକ ବିପିନ୍ ପଟ୍ଟନାୟକ,ଧାନ ମାଝୀହରେକୃଷ୍ଣ ଯୋଷି,ତ୍ରିନାଥ ମହାଖୁଡ ମିଡ଼ିଆ ସେଲ୍ ପରିଚାଳନା କମିଟି:- କ୍ଷମlନିଧି ମହାଖୁଡ଼ (ସମ୍ବାଦ),ମହେଶ୍ବର ପତି (କଳିଙ୍ଗ ବିକାଶ,ଓମ ଟିଭି)ଓ ଏମ୍. ଚନ୍ଦ୍ରଶେଖର (ପ୍ରମୟ )ଏଥିସହିତ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଥିଲା ଆକ୍ଟବର ଆସନ୍ତା ପବିତ୍ର ବିଜୟୀ ଦଶମୀ ବା ପବିତ୍ର ଗାନ୍ଧୀ ଜୟନ୍ତୀ ଦିବସ ଅବସରରେ ଏହି କମିଟି ସବୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ଲାଞ୍ଜିଗଡ଼ ଅଞ୍ଚଳର ବିକାଶ କରିବା ପାଇଁ କାର୍ଯ୍ୟକରିବେ ବୋଲି ସର୍ବସମ୍ବତି କ୍ରମେ ସ୍ଥିର କରାଗଲା । ଏହି ଉନ୍ନୟନ ପରିଷଦ କାର୍ଯ୍ୟକଳାପ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଆଗlମୀ ସଭାରେ ଆଲୋଚନା କରାଯିବାକୁ ବୋଲି ସ୍ଥିର କରାଗଲା I ପରିଶେଷରେ ପରିଷଦର ନୂତନ ସାଧାରଣ ସମ୍ପାଦକ ଶ୍ରୀମୁଖ ଅଗସ୍ତି ସମସ୍ତ ଭଦ୍ର ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇବା ସହ ଉକ୍ତ ସଭା ଟିକୁ ଭଙ୍ଗ କରଥିଲେ I
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ