Hot Posts

6/recent/ticker-posts

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

କନ୍ଧମାଳ, ୧୩/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତର ଲାଇନ ପଡା ୪୦ ତମ ଦୁର୍ଗାପୂଜା ଉପଲକ୍ଷେ ଦୁର୍ଗାପୂଜା ମଣ୍ଡପ ପ୍ରାଙ୍ଗଣରେ ସଭାପତି ଶ୍ରୀ ଦିବ୍ୟସିଂହ ମଲିକ ଓ କର୍ତ୍ତା ପଞ୍ଚାନନ ସାହୁ ଙ୍କ ଉପସ୍ଥିତରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ସୂଚନା ପ୍ରକାରେ ଲାଇନ୍ ପଡା ଦୁର୍ଗାପୂଜା ମଣ୍ଡପ ପ୍ରାଙ୍ଗଣରେ ଶୁକ୍ରବାର ଦିନ ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ କମିଟି କର୍ମ କର୍ତ୍ତା ଉପସ୍ଥିତରେ ପୁରୋହିତ ଅବନୀ କୁମାର ଦାସଙ୍କ ପୌରହିତ୍ୟରେ ଯଥା ରୀତିନୀତି ଅନୁଯାୟୀ ଶୁଭ ଖଣ୍ଟି ସ୍ଥାପନ ସଂମ୍ପୂର୍ଣ ହୋଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ସମେତ କମିଟି ସଦସ୍ୟ ସନ୍ତୋଷ ଭୋଇ, ବିନୋଦ ବିହାରୀ ନାୟକ, ରାଜେନ୍ଦ୍ର ନାରାୟଣ ବେହେରା, ନରେନ୍ଦ୍ର ନାଏକ, ପ୍ରଦୀପ ଚିନାରା,ଦାନ ବିହାରୀ ନାଏକ, ସନ୍ତୋଷ କୁମାର ସାହୁ,ସରୋଜ କୁମାର ସାହୁ, ସୁବାଷ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।