ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ
ଝରିଗାଁ, ୦୮ / ୦୯ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଆଜି ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ ହୋଇଯାଇଛି |ଏହି ଶୁଭ ମୁହୂର୍ତରେ ଝରିଗାଁ ବିଧାୟକ ନରସିଂ ଭତରା, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଜେପି ର ବରିଷ୍ଠ କର୍ମୀ ଗିରି ପାଣ୍ଡେ, ପ୍ରଫୁଲ୍ଲ ପ୍ରଧାନୀଙ୍କ ସମେତ ଅନେକ ବିଜେପି କର୍ମୀ ଓ କର୍ମକର୍ତା ଉପସ୍ଥିତ ରହିଥିବା ବେଳେ ବନ ବିଭାଗ କର୍ମଚାରୀ ମାନଙ୍କ ମଧ୍ୟରେ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ,ଏ କେ ସାହୁ,ଫୋରେଷ୍ଟ ଗାର୍ଡ ଜି ପି ମହାନ୍ତି,ଫରେଷ୍ଟ ଗାର୍ଡ ରାଜା ମଣ୍ଡଳ,ଫରେଷ୍ଟ ଗାର୍ଡ କୃଷ୍ଣ ବିଷୋୟୀ, ଏ ଯେ ୱାଇ ଷ୍ଟାଫ ଓ ପାରାଗାର୍ଡ ଷ୍ଟାଫ ସବୁ ଉପସ୍ଥିତ ରହିଥିଲେ |ପ୍ରକାଶ ଥାଇକି, ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ 74ତମ ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ 17ଲକ୍ଷ ଚାରା ରୋପଣ ପାଇଁ ସଂକଳ୍ପ ନେଇଥିବା ବେଳେ ଦେଶର ପ୍ରତି ଜିଲ୍ଲା, ବ୍ଲକ ଓ ପଂଚାୟତରେ ଚାରା ରୋପଣ ପାଇଁ ନିର୍ଦେଶ କରିଛନ୍ତି |ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ ହୋଇଯାଇଛି |ଏହି ଯାନ ବ୍ଲକର ପ୍ରତ୍ୟେକ ପଂଚାୟତ ବୁଲି ଚାରା ବିତରଣ କରିବା ନେଇ ସୂଚନା ମିଳିଛି |ଏଠାରେ ସୂଚେଇ ଦେବାକୁ ଚାହୁଁକି,ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକ ମିଶି 22100 ଚାରା ରୋପଣ ହେବାକୁ ଥିବା ବେଳେ ପ୍ରତ୍ୟେକ ପଂଚାୟତରେ 500ଶହ ଚାରା ଯୋଗେଇ ଦେବାର ନିର୍ଦେଶ ରହିଛି |