ଜିଲ୍ଲାସ୍ତରୀୟ ହକି ଚୟନ ପ୍ରକ୍ରିୟାରେ ସ୍ଵତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋଟିଆର ଛାତ୍ରଛାତ୍ରୀଙ୍କ ଉତ୍ସାହ
କୋରାପୁଟ, ୧୬ / ୦୯ ( ଗୁପ୍ତ ପ୍ରସାଦ ପତ୍ରିକା ) : ଗତକାଲି, 15 ସେପ୍ଟେମ୍ବର 2025ରେ ସ୍ଵତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋଟିଆର ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ ହକି ଅଣ୍ଡର-14 ଓ 17 ଚୟନ ପ୍ରକ୍ରିୟା 2025-26ରେ ଯୋଗଦେଲେ । ଏହି ଚୟନ ପ୍ରକିୟା PMSHRI (SSD) ଉଚ୍ଚ ବିଦ୍ୟାଳୟ, ସୁନାବେଡା, କୋରାପୁଟରେ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି Smt. Chameli Majumdar, ADEO, Koraput ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଵତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋଟିଆର ଛାତ୍ର ଛାତ୍ରୀ ମାନେ ବେଶ ଖୁସି ହେଲେ ଯେତେବେଳେ ମୁଖ୍ୟ ଅତିଥି ତାଙ୍କ ସହିତ ମିଶିଲେ ଅତି ଆଦରରେ । ସେହି ବିଦ୍ୟାଳୟର HM Madam ମଧ୍ୟ ବହୁତ ଖୁସି ଅନୁଭବ କଲେ ଏହି ପିଲାଙ୍କୁ ଭେଟ କରିକି।
1. Guest of Honour: Smt. Mamata Patra _ H.M. of PM Shree Govt. SSD Higher Secondary School Sunabeda.
2. Shri Lalatendu Pujari _ DPEO, Koraput
3. *Shri Pratap Xalxo, PRINCIPAL _ Special OAV Kotia*
3. Shri Ranjit Pradhan _ Block Asstant
4. Shri Ratnakar Barik _ PET _ VSV, Sunabeda
5. Shri Sandeep Patnaik _ ADAV High School, Sunabeda
ମୋଟ 16 ଝିଅ ଓ 1 ପୁଅ ଛାତ୍ର ଏହି ଚୟନ ପ୍ରକ୍ରିୟାରେ ସ୍ଵତନ୍ତ୍ର ଆଦର୍ଶ ବିଦ୍ୟାଳୟ କୋଟିଆର ପ୍ରଧାନଶିକ୍ଷକ ଶ୍ରୀ ପ୍ରତାପ ଖାଲଖୋଙ୍କ ନିର୍ଦ୍ଦେଶନାୟ ଯୋଗଦେଇଥିଲେ । ପ୍ରଥମଥର ପାଇଁ ବିଦ୍ୟାଳୟରୁ ଏହିପରି ପ୍ରୟାସ ହେବାରୁ ଏହା ଅଞ୍ଚଳର ଯୁବ ପ୍ରତିଭାଙ୍କୁ ଉଚିତ ମଞ୍ଚ ଓ ସୁଯୋଗ ଯୋଗାଇଦେଇଛି । ସ୍ୱୟଂ ଏକ ହକି ଖେଳାଳୀ ହେବାରୁ ପ୍ରାଚାର୍ଯ୍ୟ ଶ୍ରୀ ଖାଲଖୋ ଛାତ୍ରଛାତ୍ରୀଙ୍କୁ ଖେଳକୁ ନେଇ ବିଶେଷ ଗୁରୁତ୍ୱ ଦେଇଥିବା ସହିତ ତାଙ୍କୁ ଜାତୀୟ ଖେଳ ହକିରେ କୃତୀ ହେବାକୁ ପ୍ରେରିତ କରୁଛନ୍ତି । ଶ୍ରୀ ପୀଟର ସିସା, TGT (ଇଂରାଜୀ), ଏହି ଦଳକୁ ନେଇ ଗାଇଡ୍ ଶିକ୍ଷକ ଭାବେ ପିଲାଙ୍କୁ ସାହାଯ୍ୟ କରିଥିଲେ । ବିଶେଷକରି, ମାତ୍ର ଜୁଲାଇ 2025ରୁ ହକି ଶିଖିଥିବା ଛାତ୍ରଛାତ୍ରୀମାନେ ସାହସିକ ଭାବରେ ଜିଲ୍ଲାସ୍ତରରେ ବିଦ୍ୟାଳୟକୁ ପ୍ରତିନିଧିତ୍ୱ କରିଛନ୍ତି । ପ୍ରାଚାର୍ଯ୍ୟ ଶ୍ରୀ ଖାଲଖୋ ଆଗାମୀ ଦିନରେ ଭଲ ଫଳାଫଳ ଆସିବ ବୋଲି ଆଶା ବ୍ୟକ୍ତ କରିଥିଲେ ଓ କୋରାପୁଟ ଜିଲ୍ଲାରେ ଟର୍ଫ୍ ସହିତ ଏକ ହକି ଷ୍ଟାଡିଅମ୍ ଦିଆଯାଇଲେ ନିଶ୍ଚିତଭାବେ କୋରାପୁଟ ମାଟି ଲାଭାନ୍ୱିତ ହେବ ଅନେଗୁଡ଼ିଏ ଗୌରବ ଆଣିବ ବୋଲି କହିଥିଲେ ।
କୋରାପୁଟ ରୁ ଗୁପ୍ତପ୍ରାସାଦ ପତ୍ରିକା ଙ୍କ ରିପୋର୍ଟ