Hot Posts

6/recent/ticker-posts

ଜୟପୁର ପୋଲିସ୍‌ର କଡା କାର୍ଯ୍ୟାନୁଷ୍ଠାନ — 28ଟି ବୁଲେଟ୍‌ ବାଇକ୍‌ ଜବତ, ମୋଡିଫାଇଡ୍‌ ସାଇଲେନସର୍‌ ନଷ୍ଟ

ଜୟପୁର, ୧୬।୯ ( ଏ. ଭେଙ୍କଟ ରାଓ ) : କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ପୋଲିସ୍ ଦ୍ବାରା ୨୮ଟି ବୁଲେଟ୍ (Bullet) ବାଇକ୍ ଜବତ କରାଯାଇ ଫାଇନ ଆଦାୟ କରାଯାଇଛି । ଏହି ବୁଲେଟ ବାଇକ ଗୁଡିକରେ ମୋଡିଫାଇଡ୍ ସାଇଲେନସର ବ୍ୟବହାର କରାଯାଇଥିଲା, ଯାହାରୁ ଅସ୍ବାଭାବିକ ଭାବରେ ଅଧୂକ ଶବ୍ଦ ସୃଷ୍ଟି ହୋଇ ସାଧାରଣ ଲୋକଙ୍କୁ ବିରକ୍ତିକର ପରିସ୍ଥିତି ସୃଷ୍ଟି କରୁଥିଲା ।ଏବଂ ଆଗକୁ ଦୂର୍ଗା ପୁଜା ଥିବାରୁ ଜୟପୂର ଟାଉନ ପୋଲିସ ପକ୍ଷରୁ କଡା କଡ଼ି ଭାବରେ ଯାନବାହାନ ଯାଞ୍ଚ କରା ଯାଉଛି । ଜବତ କରାଯାଇଥିବା ସମସ୍ତ ବୁଲେଟ୍‌ରୁ ମୋଡିଫାଇଡ୍ ସାଇଲେନସର୍‌ଗୁଡିକୁ କାଢି ଏକ ରୋଡରୋଲର ସାହାଯ୍ୟରେ ସେହି ମଡିଫାଇ ସାଇଲେନସର କୁ ନଷ୍ଟ କରାଯାଇଛି ଏବଂ ଯାନମାଳିକଙ୍କୁ Motor Vehicles Act ଅନୁସାରେ ଅର୍ଥଦଣ୍ଡ କରାଯାଇଥିବାର ଦେଖିବାକୁ ମିଳିଛି, ଓ ଯେଉଁ ମାନେ ପ୍ରଥମଥର ସାଉଣ୍ଡ ଯୁକ୍ତ ସାଇଁଲେ ସର ବ୍ଯବହାର କରିଥିଲେ ସେମାନଙ୍କଠାରୁ ୧୦୦୦/ଟଙ୍କା ଜରିମାନା ଆଦାୟ କରାଯାଇଥିଲା .I ଆସନ୍ତା ଦିନରେ ଆଉଥରେ ଯଦି ଧରାପଡ଼ ସେମାନଙ୍କଠାରୁ ୨୦୦୦ ରୁ ଉର୍ଦ୍ଦ ଜରିମାନା ଅଦାୟ କରାଯିବ ବୋଲି ପଲିସି ଅଧିକାରୀ ସୁଚ଼ନା ଦେଇଛନ୍ତି ।