ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ଆଦି ସେବା କେନ୍ଦ୍ର ଶୁଭ ଉଦ୍ଘାଟନ
ନବରଙ୍ଗପୁର, ୨୬ / ୦୯ (ଶେଖର ଖୁରା) : ଆଜି ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆଜି ନବରଙ୍ଗପୁର ଜିଲ୍ଲା ର ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ଅନ୍ତର୍ଗତ କୁକୁଡାବାଇ ଗ୍ରାମ ପଂଚାୟତ ଠାରେ କେନ୍ଦ୍ର ସରକାର ଙ୍କ ଆଦି କର୍ମଯୋଗି ଯୋଜନା "ଆଦି ସେବା ପର୍ବ "ଆନୁକୁଲ୍ୟ ରେ ଆଦି ସେବା କେନ୍ଦ୍ର ର ଶୁଭ ଉଦ୍ଘାଟନ କରିଛନ୍ତି ।'ଆଦି ସେବା କେନ୍ଦ୍ର 'ଗ୍ରାମ ର ସମସ୍ୟାକୁ ଚିହ୍ନଟ ପୂର୍ବକ ତାର ସମାଧାନ କରିବାରେ ଓ ତାଙ୍କ ବିକାଶ ଦିଗରେ ବ୍ଲକ୍ ବିଭାଗୀୟ ଅଧିକାରୀ ଓ ଗୋଷ୍ଠୀ ଗତ ନେତୃତ୍ୱ, ଜନ ପ୍ରତିନିଧି ମିଳିତ ଭାବରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବେ। ଆଦିବାସୀ ଉନ୍ନୟନ ସଂସ୍ଥା, ସ୍ଵାସ୍ଥ୍ୟ,ମହିଳା ଓ ଶିଶୁ,ରାଜସ୍ବ,କୃଷି ଏଭଳି ବିଭାଗ ସ୍ୱମନ୍ନୟ ଭାବେ ଆଦି ସେବା କେନ୍ଦ୍ର ପାଇଁ କାର୍ଯ୍ୟ କରିବେ।ଏହି ପରିପ୍ରେକ୍ଷିରେ ବରେଣ୍ୟ ଅତିଥି ଭାବରେ ରତ୍ନା ଜାନି , ସରପଞ୍ଚ , କୁକୁଡାବାଇ ଗ୍ରାମ ପଂଚାୟତ ,ରାଜୀବ କୁମାର ସାହୁ , ପ୍ରକଳ୍ପ ପ୍ରଶାସକ, ସ୍ୱମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା , ନବରଙ୍ଗପୁର , ମନୋଜ କୁମାର ପାଣିଗ୍ରାହୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତେନ୍ତୁଳିଖୁଣ୍ଟି , ଜିତେନ୍ଦ୍ର ହରିଜନ ,ସମିତି ସଭ୍ୟ , ସମସ୍ତ ୱାର୍ଡ ସଭ୍ୟ/ ସଭ୍ୟା , ପ୍ରବୀଣ କୁମାର ପ୍ରଧାନୀ , ପଂଚାୟତ ନିର୍ବାହୀ ଅଧିକାରୀ , କୁକୁଡ଼ାବାଇ , ବ୍ଲକ ନୋଡାଲ ଅଧିକାରୀ ଜଗମୋହନ ମାଝୀ , ଗୋଷ୍ଠୀ ତାଲିମ ପ୍ରଶିକ୍ଷିକା ସୁଶ୍ରୀ କିରଣ ପ୍ରଧାନ , ଆଶା କର୍ମୀ , ଅଙ୍ଗନବାଡି କର୍ମୀ ଓ ସମସ୍ତ ଗ୍ରାମ ପଂଚାୟତ ସ୍ଥରୀୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲା ପ୍ରତିନିଧି ଶେଖର ଖୁରା ନବରଙ୍ଗପୁର