Hot Posts

6/recent/ticker-posts

ଚାଟିଗୁଡ଼ା ପଞ୍ଚାୟତ ସ୍ତରୀୟ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଝରିଗାଁ, ୧୭/୦୯ (ପର୍ଶୁରାମ ନାୟକ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଚାଟିଗୁଡା ଗ୍ରାମ ପଞ୍ଚାୟତର ବିଜାପୁର ସ୍ଥିତ ମାଁ ଭଣ୍ଡାର ଘରଣୀ ମନ୍ଦିର ସମ୍ମୁଖର ଗୋଚର ଜମିରେ ଚାଟିଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଏବଂ ବିଜାପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏବଂ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଗୋପବାଳି ପୂଜାରୀ ଓ ଏସି ଡିଇଓ କୃପାସିନ୍ଧୁ ନାୟକଙ୍କ ନେତୃତ୍ବରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଏବଂ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ୭୫ ତମ ଜନ୍ମ ଦିନକୁ ଅତି ଧୂମଧାମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଭୂମିକା ନିର୍ବାହରେ ସ୍ଥାନୀୟ ଜନ ପ୍ରତିନିଧି,ବୟୋଜ୍ୟେଷ୍ଠ, ବୁଦ୍ଧିଜୀବି, ଯୁବକ ବନ୍ଧୁମାନଙ୍କ ତତ୍ତ୍ଵବଧାନରେ ବୃକ୍ଷ ରୋପଣ ଅତି ସୁରୁଖୁରୁ ଭାବରେ ସଂପନ୍ନ ହୋଇଥିଲା। ଆଜିକାଲି ମଣିଷ ସମାଜ ଗଛଲତା ପତ୍ର କାଟି ସଫା କରିଦେଉଥିବା ଯୋଗୁଁ ବୃଷ୍ଟିପାତର ପରିମାଣ ମଧ୍ୟ କମିବାରେ ଲାଗିଛି। ତେଣୁ ଆମେ ସମସ୍ତେ ଶପଥ ନେଇ ଆଗମୀ ଦିନରେ ସବୁଜ ସୁନ୍ଦର ଗାଁ ଭାବେ ପରିଗଣିତ କରିପାରିବା ସେ ଦିଗରେ ସମସ୍ତେ ଗୋଟିଏ ଗୋଟିଏ ବୃଷ ରୋପଣ କରିବା ସହ ନୂତନ ପିଢ଼ିକୁ ସଚେତନ ସହ ପ୍ରେରଣା ସ୍ରୋତ ହୋଇ ପରାମର୍ଶ ଦେବା ସହିତ ଶୁଭଚିନ୍ତକର ବାର୍ତ୍ତା ପ୍ରଦାନ କରିଥିଲେ। ପରିବେଶକୁ ସବୁବେଳେ ସଫାସୁତୁରା ରଖିବା ପାଇଁ ମଧ୍ୟ ସମସ୍ତଙ୍କୁ ପରାମର୍ଶ ଦେଲେ। ଏହି କାର୍ଯ୍ୟକ୍ରମରେ ଚାଟିଗୁଡ଼ା ନାଏବ ସରପଞ୍ଚ ଶ୍ରୀ ଗୋବର୍ଦ୍ଧନ ସମରଥ,ଯୋଗାଣ ସହାୟକ ମଦନ ଭତ୍ରା,ୱ।ର୍ଡମେମ୍ବର ବର୍ଜ ମାଝୀ,ୱ।ର୍ଡମେମ୍ବର ସନ୍ତନ ମାଝୀ,ସଦା ପୂଜାରୀ, ଖଗପତି ମାଝୀ,ଲାଇବନ କୁମ୍ଭାର,ଦୁର୍ଲ୍ଲଭ ମାଝୀ,ଅର୍ଜୁନ କୁମ୍ଭାର,ବିଷ୍ଣୁ ନାୟକ,ଅଚ୍ୟୁତ ମାଝୀ,ଖଗପତି ମାଝୀ,ସନ୍ୟାସୀ ଭତ୍ରା,ମନସିଂ ପୂଜାରୀ,ମୁନିରାମ ପୂଜାରୀ,ଭାସ୍କର ପନକା,ମାୟାଦାସ ପନକା,
ଲଳିତ ବିନ୍ଧାଣି,ପ୍ରହ୍ଲାଦ ବିନ୍ଧାଣି,ସୁବାଷ ବିନ୍ଧାଣି,ଦଇନୁ ମାଝୀ ସମସ୍ତ ଏମବିକେ, ସମସ୍ତ ସିଆରପିଙ୍କ ସମେତ ବିଜାପୁର ଗ୍ରାମବାସୀ ଉପସ୍ଥିତ ଥିଲେ।