କଲ୍ୟାସିଂହପୁର ପଞ୍ଚାୟତ ସମୀକ୍ଷା — ଅଧିକାରୀଙ୍କୁ କାର୍ଯ୍ୟରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ
କଲ୍ୟାସିଂହପୁର, ୧୧ / ୦୯ ( ଭି. ଗୌରି ଶଙ୍କର ରାଓ ) : ଆଜି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରାୟଗଡ କଲ୍ୟାସିଂହପୁର ପଞ୍ଚାୟତ ସମିତି ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି.ପ୍ରଥମେ ପାର୍ଶାଲି ପଞ୍ଚାୟତର କାଡ୍ରାକାବନ୍ଦଳି, ପଞ୍ଚକୁଡ଼ି, ତେଭାପଡ।, ଟମକସିଲ ଗସ୍ତ କରି PM-JANMAN ଗୃହ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ ଏବଂ ତତ୍ ପରେ ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ଅର୍ଥାତ ତା.୩୦.୦୯.୨୦୨୫ ରିଖ ମଧ୍ୟରେ ସମସ୍ତ ଅସମ୍ପୂର୍ଣ ଥିବା PM-JANMAN ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ପରାମର୍ଶ ଦେଇଥିଲେ। ଧାର୍ଯ୍ୟ ସମୟ (୪ ମାସ) ମଧ୍ୟରେ ସମସ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ ହେଲେ ହିତାଧିକାରୀମାନଙ୍କୁ ଟ.୨୦୦୦୦ /- ଟଙ୍କା ଏବଂ 6 ମାସ ମଧ୍ୟରେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ୧୦,୦୦୦/- ଟଙ୍କା ସରକାରଙ୍କ ତରଫ ରୁ ପ୍ରତ୍ସାହନା (incentive) ରାଶି ପ୍ରଦାନ କରାଯାଉଥିବା ଆଲୋକପାତ କରିଥିଲେ। ଗୃହ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ କରିବାକୁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ପ।ର୍ଶଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବ୍ଲକ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ (ଗ୍ରାମୀଣ ବିଭାଗ) ଙ୍କ କାର୍ଯ୍ୟ ରେ ଅସନ୍ତୁଷ୍ଟ ହୋଇଥିଲେ ଏବଂ କାର୍ଯ୍ୟରେ ଧ୍ୟାନ ଦେବା ପାଇଁ ତାଗିଦ୍ କରିଥିଲେ। ଏତଦବ୍ୟତୀତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଉପରୋକ୍ତ କର୍ମଚାରୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପାଇଁ କହିଥିଲେ। ଉକ୍ତ visit ରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହ ବିଡ଼ିଓ Kalyansinghpur, PM -RH, ଜିଲ୍ଲା ପରିଷଦ ରାୟଗଡା, MI,WEO, ପଞ୍ଚାୟତ ନିର୍ବାହୀ ଅଧିକାରୀ, ADEO, ଉପସ୍ଥିତ ଥିଲେ।