କ୍ରସର ହାଇଓ୍ବା ଟ୍ରକ ଧକ୍କାରେ ଚାଲିଗଲା ମହିଲା ଙ୍କ ଜୀବନ।
ଭବାନୀପାଟଣା, ୧୦ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ସରଦଥାନା ସର୍ଗିଗୁଡା ରୁ PWD ରାସ୍ତା କୁ ସଂଯୋଗ କରୁଥିବା ରାସ୍ତା ମଝିରେ ସର୍ଗିଗୁଡା ଠାରେ ଥିବା ପ୍ରକାଶ ମହାନ୍ତି ନାମକ ବ୍ୟକ୍ତିଙ୍କ କ୍ରସର କୁଆଁରୀ କୁ ଯାଉଥିବା ହାଇଓ୍ବା ଟ୍ରକ ,ଧକ୍କାଦେବା ଫଲରେ ଯମୁନାବାହାଲ ଗାଁ ମହିଳା ଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ହିଁ ମୁଣ୍ଡ ଚାପିହୋଇ ମୃତ୍ୟୁ ଘଟିଥିବାବେଳେ।ଭବାନୀପାଟଣା ସଦରଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ସହ ପଚରାଉଚରା ପରେ ପରିବାରର ଓ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା ପରେ ଶବ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି।ଅନ୍ୟପଟେ ସ୍ଥାନୀୟ ଅଞ୍ଚଳବାସୀ କ୍ରସର ପଥର କୁଆଁରୀ ବନ୍ଦ ସହ ମୃତ୍ୟୁ ପରିବାର ଙ୍କୁ କ୍ଷତିପୂରଣ ଦାବି କରିଛନ୍ତି।ଯମୁନାବାହାଲ ଗ୍ରାମର ମଙ୍ଗଲଦେଇ ମାଝୀ ନାମକ ମହିଲା ସ୍ଥାନୀୟ ପଡୋଶୀ ବାଇକ ଚାଲକ ବ୍ୟକ୍ତି ଙ୍କ ସାହାଯ୍ୟରେ, ଏକୋଇଶି କାର୍ଯ୍ୟାକ୍ରମକୁ ଯାଇଥିଲେ। ଫେରିବାବେଳେ ରାସ୍ତା ରେ ହାଇଓ୍ବା ଆସିବା ଦେଖି ରାସ୍ତା କଡ଼ରେ ଅଟକିଗଲେ ହେଲେ, ରାସ୍ତା ରେ ପ୍ରବଳ ଡଷ୍ଟ ହେବା ସହ ଟ୍ରକ ମାଡ଼ି ମହିଲା ଙ୍କ ଉପରକୁ ଚାପିଗଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ