ଏଲୋହିମ୍ ଚର୍ଚ୍ଚର ଈଶ୍ବରଙ୍କ ମନୋନୀତ ସେବକ ରେଭ୍ ସଚ୍ଚିଦାନନ୍ଦ ବିଶ୍ବାସୀ ଙ୍କୁ ବିଶପ ପଦରେ ଅଭିଷେକ ସଭା ।
ଜୟପୁର,୧୦।୦୯ ( ଏ. ଭେଙ୍କଟ ରାଓ ) : ଏଲୋହିମ୍ ଚର୍ଚ୍ଚ ଜୟପୁର ଦ୍ଵାରା ୟୁନାଇଟେଡ ବିଲିଭର୍ସ ଚର୍ଚ୍ଚ କାଉନସିଲ ଅଫ ଇଣ୍ଡିଆର (UBCCI) ଆନୁକୁଲ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ସଭା ଜୟପୁରର ସ୍ଥାନୀୟ ଏକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ୫୦୦ ରୁ ଅଧିକ ଖ୍ରୀଷ୍ଟ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହିଥିଲେ ,ଏହି ଅବସରରେ ରେଭ୍. ସଚ୍ଚିଦାନନ୍ଦ ବିଶ୍ବାସୀଙ୍କ ସେବାକାର୍ଯ୍ୟ ଅତି ପବିତ୍ର ଓ ପ୍ରଶଂସନୀୟ ବୋଲି ରେଭ୍ ସଚ୍ଚିଦାନନ୍ଦ ବିଶ୍ବାସୀ ଙ୍କୁ ପ୍ରଶଂସା କରାଯାଇ ରେଭ୍ ସଚ୍ଚିଦାନନ୍ଦ ଙ୍କ ପ୍ରତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଏବଂ ଶାନ୍ତି ବହୁଗୁଣିତ ହେଉ ବୋଲି ଉପସ୍ଥିତ ପାଳକ ମାନେ କହିଥିଲେ।ଏହି ପବିତ୍ର ଦିନରେ, ଅନେକ ବିଶପ ଓ ପାଳକ ,ଖ୍ରୀଷ୍ଟ ଭକ୍ତ,ଶ୍ରଦ୍ଧାଳୁ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ଆପୋଷ୍ଟୋଲିକ୍ ପରମ୍ପରା ଅନୁସାରେ ଈଶ୍ବରଙ୍କ ମନୋନୀତ ପବିତ୍ର ଦାସ ରେଭ୍ ସଚ୍ଚିଦାନନ୍ଦ ବିଶ୍ବାସୀଙ୍କୁ ପବିତ୍ର ବିଶପ ପଦବୀରେ ଅଭିଷେକ କରାଗଲା , ଏହି ଅବସରରେ ଅଭିଷିକ୍ତ ସଚ୍ଚିଦାନନ୍ଦ ଙ୍କୁ ଆଶୀର୍ବାଦ କରିବା ଉଦ୍ଦେଶ୍ୟରେ ଉପସ୍ଥିତ ବିଶପ ଓ ପାଳକ ମାନେ ହସ୍ତ ଉଠାଇ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା ଉତ୍ସର୍ଗ ଥିଲେ , ଈଶ୍ବରଙ୍କ ମନୋନୀତ ସେବକଙ୍କୁ ଶ୍ରଦ୍ଧାରେ ପୂର୍ଣ୍ଣ ହୃଦୟ ସହିତ ପ୍ରଭୁଙ୍କ ଦିବ୍ୟ ମାର୍ଗଦର୍ଶନରେ ଏଲୋହିମ ଚର୍ଚ୍ଚ ଜୟପୂରର ପବିତ୍ର ଆଶ୍ରୟସ୍ଥଳର ଏକ ଐତିହାସିକ ଦିନ ଏବଂ ଏହି ଅବସରକୁ ସାକ୍ଷୀ ଏବଂ ଆଶୀର୍ବାଦ କରିବାକୁ ସମସ୍ତଙ୍କୁ ନିବେଦନ କରାଯାଇଥିଲା ,ଏହି ଅବସରରେ ଅତିଥି ରୂପେ ଡ.ରାଜ କୁମାର ଦିଗାଲ, ବିସପ ଡ. ଦିଲିପ କୁମାର ବଳ, ପ୍ରଦୀପ ପ୍ରଧାନ, ଆମସନ ମଲିକ, ଗାବ୍ରିଏଲ୍ ପ୍ରଧାନ, ପ୍ରଭାସ ଚନ୍ଦ୍ର ଗାଣ୍ଟା ଏବଂ ଅନ୍ୟାନ୍ୟ ବିସପ ମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ସନ୍ଦୀପ ବିଶ୍ଵାଳ ଆୟୋଜନ କରିଥିଲେ ଏବଂ ଆଦିତ୍ୟ ନାଗ, ବ୍ରଜ ନାଗ ,ପାଳକ ରଜତ ବାଘ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇ ଥିଲା ।
ଜୟପୁର ରୁ ଏ ଭେଙ୍କଟ ରାଓଙ୍କ ରିପୋର୍ଟ
Nabaduta News,