ବରିଷ୍ଠ ବିଜେପି ନେତା ପଦ୍ମନ ନାୟକଙ୍କ ପିତାଙ୍କ ଦଶାହରେ ବିଧାୟକ–ପୂର୍ବତନ ସାଂସଦଙ୍କ ଯୋଗଦାନ
କୋଷାଗୁମୁଡ଼ା, ୧୬ / ୦୯ (ନକୁଲ ଭତ୍ରା) : ନବରଙ୍ଗପୁର କୋଷାଗୁମୁଡ଼ା ବ୍ଳକ ଅନ୍ତର୍ଗତ ତାରାଗାଁ ପଞ୍ଚାୟତ ଜଟିଆ ଗୁଡ଼ା ଗ୍ରାମ ର ବରିଷ୍ଠ ବିଜେପି ନେତା ଶ୍ରୀ ପଦ୍ମନ ନାୟକ ଙ୍କ ପିତା ସର୍ବତ ରତନ ନାୟକ ଙ୍କ ଦଶାହ କାର୍ଯ୍ୟକ୍ରମରେ ଯୋଗଦେଲେ । ମାନ୍ୟବର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପର୍ଶୁରାମ ମାଝୀ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରିଶଙ୍କର ମାଝୀ ସମେତ କନିଷ୍ଠ ବରିଷ୍ଠ କର୍ମକର୍ତ୍ତା ପହଞ୍ଚି ପରିବାର ବର୍ଗଙ୍କୁ ଆଶ୍ୱାସନା ଦେବା ସହିତ ସମବେଦନା ଜଣେଇ ଥିଲେ ଓ ସମସ୍ୟା ଉପରେ ପରିବାର ସହିତ ଆଲୋଚନା କରିଥିଲେ।ପରେ ଗ୍ରାମବାସୀଙ୍କ ସହିତ ମଧ୍ୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।