ଝରିଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ଉନ୍ନୟନ ଯୋଜନା ଉପରେ ତୀବ୍ର ଆଲୋଚନା
ଝରିଗାଁ, ୧୫।୦୯ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ସଭାଗୃହ ପରିସରରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବ୍ଳକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂଭତ୍ରା ଯୋଗ ଦେଇଥିବା ବେଳେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ , ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ବ୍ଲକ ଉପାଧ୍ଯକ୍ଷା ମନଦେଇ ଭାତ୍ରା, ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମସୁନ୍ଦର ନାୟକ, ଯାମୁନା ଗଣ୍ଡ,ତ୍ରମିଳା ପୂଜାରୀ, ପ୍ରମୁଖ ମଞ୍ଚାସୀନ ରହିଥିଲେ । ପ୍ରଥମେ ଜିପିଇଓ ରମେଶ ଚନ୍ଦ୍ର ହରିଜନ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ପରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ବିବରଣୀ ଦେଇଥିଲ। ଶିକ୍ଷା ବିଭାଗ, ଖାଦ୍ୟ ଓ ଯୋଗାଣ ବିଭାଗ,କୃଷି ବିଭାଗ,ଉଦ୍ୟାନ ବିଭାଗ, ପ୍ରମୂଖ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ଲୋକାଭିମୁଖୀ ଯୋଜନା ଉପରେ ସୂଚନା ପ୍ରଧାନ କରିଥିଲେ। ଶେଷରେ ଉନ୍ନୟନମୂଳକ କାମ ବିଷୟରେ ଆଲୋଚନା ହେବା ସମୟ ରେ ଝରିଗାଁ ବ୍ଳକ ବିକଶିତ ଗାଁ ଓ ବିକଶିତ ଓଡ଼ିଶାର ପ୍ରକଳ୍ପ ଗୁଡ଼ିକ ପଲ୍ଲିସଭା ଏବଂ ଗ୍ରାମସଭା ମାଧ୍ଯମରେ ଅନୁମୋଦିତ ହୋଇଥିଲା। ଉକ୍ତ ପ୍ରକଳ୍ପ ଗୁଡିକର ୪୦ ପ୍ରତିଶତ ବିଧାୟକ ଓ ୬୦ ପ୍ରତିଶତ କାମ ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ଦିଆଯାଉ ବୋଲି ଦାବି ଜଣାଇ । ବିଧାୟକ ସମ୍ମୁଖରେ ହୋହାଲ୍ଲା ଜଣ ପ୍ରତିନିଧି ମାନେ କରିଥିଲେ। ଯଦି ପ୍ରଶାସନ ପକ୍ଷରୁ ଦାବି କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକ ଅନିର୍ଦ୍ଧଷ୍ଠ କାଳ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ଝରିଗାଁ ବ୍ଳକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀ ଚେତାବନୀ ଦେଇଛନ୍ତି। ବୈଠକରେ ବ୍ଳକର ସମସ୍ତ ୨୩ଗୋଟି ପଞ୍ଚାୟତର ସମିତି ସଭ୍ୟ ସଭ୍ୟା ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଜିପି ଇଓ ରମେଶ ଚନ୍ଦ୍ର ହରିଜନ ଧନ୍ୟବାଦ ଦେଇ ସଭା ଭଙ୍ଗ କରିଥିଲେ।