Hot Posts

6/recent/ticker-posts

ମନ୍ଦିର ଏବଂ ଶିକ୍ଷା ଅନୁଷ୍ଠାନ ପାଖରୁ ଗୁଟୁକା ବିକ୍ରେତା ଗିରଫ।

ଜୟପୁର, ୦୬ / ୦୯ ( ଏ. ଭେଙ୍କଟ ରାଓ ) : ପୋଲିସର ଅପରେସନ ପ୍ରହାରକୁ ସାକାର କରିବା ପାଇଁ ଶିକ୍ଷାନୁଷ୍ଠାନ ଏବଂ ମନ୍ଦିର ପରିସର ପାଖରେ ତମାଖୁ ଉତ୍ପାଦ ବିକ୍ରୟକୁ ରୋକିବା ପାଇଁ ଚଢାଉ କରାଯାଇଥିଲା। ଏହା ଜନସ୍ବାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୋଲିସର ନିରନ୍ତର ପ୍ରୟାସର ଏକ ଅଂଶ ।ଏହି ଅଭିଯାନ ସମୟରେ ଆଇନ ଉଲ୍ଲଘନ କରୁଥିବା ଅନେକ ବିକ୍ରେତାଙ୍କ ଠାରୁ ତମାଖୁ ଉତ୍ପାଦ ଜବତ କରାଯାଇଥିଲା। ସମ୍ପୃକ୍ତ ବିକ୍ରେତାଙ୍କ ବିରୁଦ୍ଧରେ ଧାରା ୨୯୨ ବିଏନଏସ ସ‌ହିତ କୋଟପା ଆଇନର ଧାରା ୬ ଏବଂ ୨୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଆଗାମୀ ଦିନରେ ବେଆଇନ ଗୁଟୁକା ଏବଂ ତମାଖୁ ତିଆରି କରୁଥିବା ଏବଂ ବିକ୍ରେତାଙ୍କ ବିରୁଦ୍ଧରେ ଅପରେସନ ପ୍ରହାର ମାଧ୍ୟମ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ କହିଛନ୍ତି।