Hot Posts

6/recent/ticker-posts

ଦାମନଯୋଡି କ୍ରିୟାନୁଷ୍ଠାନ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ( ଦାମନଯୋଡି)ନୂତନ ବ୍ଲକ ନିମନ୍ତେ ସ୍ମାରକପତ୍ର ପ୍ରଦାନ

କୋରାପୁଟ, ୨୨ / ୦୯ ( ରଜତ ବାଘ ) : ଦାମନଯୋଡି ନୂତନ ବ୍ଲକ୍ ଗଠନ ପ୍ରକ୍ରିୟା ଆରମ୍ଭ ହେବା ଦିନ ଠାରୁ ଅଞ୍ଚଳରେ ସରଗରମ ହେଉଛି , ଛକ ଓ ଚାହା ଖଟିରେ ଆଲୋଚନା ସମାଲଚନା ହେଉଛି, ତାଛଡ଼ା ଆଜି ସରପଂଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ଜିଲାପରିସଦ, ଏବଂ ବିଧାୟକ ପ୍ରାର୍ଥୀ ତାଛଡ଼ା ଅଞ୍ଚଳର ପ୍ରାୟ ଶତାଧିକ ବୁଦ୍ଧିଜୀବୀ ଏକତ୍ରିତ ହୋଇ ସ୍ମାରକ ପତ୍ର ପ୍ରଦାନ କରିବାକୁ ଆସିଥିଲେ। କୋରାପୁଟ ଜିଲ୍ଲାପାଳ ନଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଦାମନଯୋଡି କୁ ନୂତନ ବ୍ଲକ୍ ଗଠନ କରିବାକୁ ଦାବି ପତ୍ର ପ୍ରଦାନ କରାଯାଇଛି । ଏପରିକି ଉକ୍ତ ଦାବିପତ୍ର ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିବାକୁ କମିଟି ନିର୍ଣ୍ଣୟ କରୁଛି। ଯଦି ଏହା ଅଗ୍ରାହ୍ୟ କରାଯାଏ ତାହା ହେଲେ ହଜାର ହଜାର ସଂଖ୍ୟାରେ ଏକତ୍ର ହୋଇ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

 କୋରାପୁଟ ଜିଲ୍ଲାରୁ ରଜତ ବାଘଙ୍କ ରିପୋର୍ଟ୍ ନବଦୂତ ନ୍ୟୁଜ ଓଡ଼ିଶା।