Hot Posts

6/recent/ticker-posts

ଜିଲ୍ଲା କ୍ରୀଡା ସଂସଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ରାୟଗଡ଼, ୧୩/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଜିଲ୍ଲା ସଙ୍ଘର ସାଧାରଣ ପରିଷଦ ବୈଠକ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟ୍ଯାଳୟ ଚିନ୍ତନ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ତଥା ଅଧ୍ୟକ୍ଷ କ୍ରୀଡା ସଙ୍ଘ ରାୟଗଡ଼ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନlୟକଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ହୋଇଥିଲା l ଦୀର୍ଘ ତିନି ବର୍ଷରୁ ଅଧିକ କ୍ରୀଡା ସାଂସଦ ଗଠନ ହୋଇନଥିବାରୁ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ନିର୍ଦେଶରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ବୈଠକର ପରିଚାଳନା କରିଥିଲେ l ଏହି ବୈଠକରେ ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ବସନ୍ତ କୁମାର ପ୍ରଧାନ, ରାୟଗଡ଼,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅlଲେନୁର, କ୍ରୀଡା ନିରୀକ୍ଷକ ହରିହରି ପାତ୍ର ପ୍ରମୁଖ ଯୋଗଦାନ କରି କ୍ରୀଡା ସଂସଦ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ଅlଲେନୁର ସଙ୍ଘଠନ ନିର୍ବାଚନ ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ l ବିଶେଷ କରି ସଂଘର ସଦସ୍ୟ, କେଉଁ ମନେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ପାରିବେ, କେଉଁ ମlନଙ୍କୁ ଆମନ୍ତ୍ରିତ ସଦସ୍ୟ ଭାବରେ ନିଆଯିବ ଆଦି ବିଷୟରେ ବୁଝାଇଥିଲେ l ଜିଲ୍ଲା କ୍ରୀଡା ସଂସଦରେ ୭୫ସଦସ୍ୟ, ସଦସ୍ୟା ଅଛନ୍ତି ଯେଉଁମାନେ କି ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ପାରିବେ l ପୂର୍ବରୁ ନିର୍ଦ୍ଧାରିତ ନିର୍ଦେଶlବଳୀ ଅନୁଯାୟୀ ନିର୍ବାଚନ କରାଯିବ ନିମନ୍ତେ ସ୍ଥିର କରାଯାଇଛି l ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆସନ୍ତା ମାସ ଦିନ ଧlର୍ଯ୍ୟ କରାଯାଇ ସପ୍ତାହରେ ନିର୍ବାଚନ କାର୍ଯ୍ୟ ଆୟୋଜନ କରାଯିବା ନିମନ୍ତେ ସମସ୍ତେ ମାତାପୋଷଣ କରିଥିଲେ l ଜିଲ୍ଲାର ବହୁ ସଂଖ୍ୟାରେ ସଦସ୍ୟ ସଦସ୍ୟା ମlନେ ଯୋଗଦାନ କରି ନିଜ ନିଜର ମତାମତ ଦେଇଥିଲେ l