ହାତୀଗାଁ ହାଟରେ ବଙ୍ଗାଳୀ ବେପାରୀଙ୍କୁ ମନା କଲେ ଗ୍ରାମବାସୀ
ରାଇଘର, ୩୦/୮( ଚନ୍ଦନ ଗଣ୍ଡ ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହତୀଗାଁ ପଞ୍ଚାୟତ ସଦରରେ ହେଉଥିବା ସାପ୍ତାହିକ ହାଟରେ ବଙ୍ଗାଳୀ ବେପାରୀଙ୍କୁ ମନା କରାଯାଇଛି। ଆଜି ହାତୀଗାଁ ସାପ୍ତାହିକ ହଟରେ ବଙ୍ଗାଳୀ ବେପାରୀ ବସିଥିବା ଜାଗା ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଆଜି ହଟରେ ବଙ୍ଗାଳୀ ବ୍ୟବସାୟୀଙ୍କୁ ବାରଣ ହେବା ପରେ ଏକତ୍ରିତ ହୋଇ ପ୍ରତିବାଦ ପାଇଁ ଅଣ୍ଟା ଭିଡୁଥିବ ସୂଚନା ମିଳିଛି। ଏହି ଘଟଣାକୁ ନେଇ ୨୦୦୧ ମସିହାରେ ହୋଇଥିବା ଆଦିବାସୀ ଓ ବଙ୍ଗାଳୀ ସମ୍ପ୍ରଦାୟିକ ଗଣ୍ଡଗୋଲରେ ପୁନରାବୃତ୍ତି ହୋଇପାରେ ବଲି ଆଲୋଚନା ହେଉଛି।
ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ ହତୀଗାଁରେ ପ୍ରତି ଶନିବାର ଦିନ ସାପ୍ତାହିକ ହାଟ ବସୁଛି। ଏହି ହାଟ ଉପରେ ଆଖପାଖ ଅଞ୍ଚଳ ତଥା ସୀମାନ୍ତରେ ଥିବା ଛତିଶଗଡ଼ ଲୋକେ ନିର୍ଭର କରିଥାନ୍ତି। ଏପରିକି ବଙ୍ଗାଳୀ ଗ୍ରାମ ଭାବେ ପରିଚିତ କୁସୁମପୁର (ଡିଏନକେ) ସୋନପୁର (ଡିଏନକେ) ଓ ନକଟିସିମଡ଼ା (ଡିଏନକେ) ଗ୍ରାମର ଲୋକେ ମଧ୍ୟ୍ୟ ଏହି ହାଟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ କିଛିଦିନ ପୂର୍ବେ ହତୀଗାଁର ଜଣେ ଟ୍ରାକ୍ଟର ଡ଼୍ରାଇଭରଙ୍କୁ କୁସୁମପୁର (ଡିଏନକେ) ଗ୍ରାମର କିଛି ଲୋକ ନିସ୍ତୁକ ମାଡ଼ ମାରିବା ଅଭିଯୋଗ ପରେ ହତୀଗାଁ ଗ୍ରାମବାସୀ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ହତୀଗାଁର ଟ୍ରାକ୍ଟର ଡ୍ରାଇବର୍ କିଛିଦିନ ପୂର୍ବେ କୁସୁମପୁର (ଡିଏନକେ) ଗ୍ରାମକୁ ବାଲି ଛାଡ଼ି ଫେରିବା ସମୟରେ ଏକ ଇଟା ଭାଟିରୁ ଇଟା ନେଇ ଆସୁଥିବା ବେଳେ ଉକ୍ତ ଗ୍ରାମର କିଛି ଲୋକ ତାଙ୍କୁ ଅଟକାଇ ମାରପିଟ୍ କରିଥିବା ହତୀଗାଁ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହି ଘଟଣାକୁ ନେଇ ହତୀଗାଁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ହାତୀଗାଁକୁ ବଙ୍ଗାଳୀ ଲୋକେ ଯିବାଆସିବା କରିପାରିବେ। କିନ୍ତୁ ସାପ୍ତାହିକ ହାଟରେ ଆଉ ବ୍ୟବସାୟ କରିପାରିବେ ନାହଁ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ବଙ୍ଗାଳୀ ବ୍ୟବସାୟୀମାନେ ଏକଜୁଟ ହୋଇ ପ୍ରତିବାଦ ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ହାଟରେ ବ୍ୟବସାୟୀଙ୍କୁ ପୂରାଇ ନଦେବାକୁ ହତୀଗାଁ ଗ୍ରାମବାସୀ ମଧ୍ୟ୍ୟ ସଜାଗ ଥିବା ଦେଖିବାକୁ ମିଳିଥିଲା।