ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନନ୍ଦଳନ ନିଷ୍ପତି କୁ ଓଡ଼ିଶା ଅମଲା ସଂଘର ବିରୋଧ।
ଜୟପୁର,୧୦।୮ (ଏ ଭେଙ୍କେଟ ରାଓ) : ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀଭୂଷଣ ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀରେ ନରେନ୍ଦ୍ର ନାଥ ତ୍ରିପାଠୀ ପୁର୍ବତନ ଉପସଭାପତି, ସୁନାକର ରାଉତ ପୁର୍ବତନ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ସଞ୍ଜୟ କୁମାର ପଣ୍ଡା ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଓ୍ବାଇ ଶ୍ରୀନିବାସ ରାଓ ରାଜସ୍ବ ବିଭାଗ ଓଡ଼ିଶା ଅମଲା ସଂଘ ବରିଷ୍ଠ ସଦସ୍ୟ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଶଶୀଭୂଷଣ ଦାଶ ସାମ୍ବାଦିକ ସମ୍ମିଳନୀରେ ବିକ୍ଷୋଭ କରିବା ସହିତ ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତିକୁ ଓଡ଼ିଶା ଅମଲା ସଂଘ ବିରୋଧ କରୁଥିବା ଦାଶ ସଭାପତି ପ୍ରକାଶ କରିଥିଲେ। ରାଜସ୍ବ ଅମଲା ସଂଘ କର୍ମଚାରୀ ମାନଙ୍କ ପ୍ରତି କୁଠାରଘାତ କରିଥିବା ମଞ୍ଚାସିନ ଅତିଥି ମତବ୍ୟକ୍ତ କରିଥିଲେ, ତଳ ଦିନରେ ରାଜସ୍ବ ଅମଲା ସଂଘ ଓ ଅନ୍ୟ ଦୁଇଟି ସଂଘ ଓଡ଼ିଶା ଅମଲା ସଂଘ ସହିତ ମିଳିତ ଅମଲା ମଞ୍ଚ ଗଠିତ କରି ଏକ ମାତ୍ର ନ୍ୟାର୍ଯ୍ୟ ଦାବି କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଦରମା ହାର ୪୨୦୦ ଟଙ୍କା କରିବା ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଆନ୍ଦୋଳନ କୁ ଅହ୍ଲାଇବା ପରେ ସରକାରଙ୍କ ପ୍ରତିଶୃତି ପାଇ ଆନ୍ଦୋଳନ କୁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ରାଜସ୍ବ ଅମଲା ମାନଙ୍କର ସ୍ବତନ୍ତ୍ର କ୍ୟାଡ଼ର ନିମନ୍ତେ ସରକାର ନିର୍ଧାରଣ ବାହାର କରିବା ପରେ ରାଜସ୍ବ ଅମଲା ସଂଘ ପୁର୍ବତନ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସେହି ସକ୍ରାନ୍ତ ଚକ୍ରାନ୍ତରେ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ତାଙ୍କର ନ୍ୟାର୍ଯ୍ୟ ଦାବି ପାଇବାରୁ ବଞ୍ଚିତ ହୋଇଥିଲେ।ପୁର୍ବତନ ସରକାର ରାଜସ୍ବ ଅମଲା ସଂଘର ଦାବି ପୁରଣ କରିଦେବା ପରେ ମଧ୍ୟ ରାଜସ୍ବ ଅମଲା ସଂଘ ପୁଣିଥରେ କଣ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରୁଛନ୍ତି ବୋଲି ସଭାପତି ପ୍ରଶ୍ନ କରିଥିଲେ।