Hot Posts

6/recent/ticker-posts

ଓଟିଇଟି ପରୀକ୍ଷା ତାରିଖ ଘୋଷଣା, ଦୁଇଟି ସିଟିଂରେ ରେ ହେବ ପରୀକ୍ଷା

ଭୁବନେଶ୍ୱର, ୦୧ / ୮ :  ଓଡ଼ିଶା ଶିକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ରୂପେ ଦେଖାଯାଉଥିବା OTET ପରୀକ୍ଷା ଉପରେ ଆଉଥରେ ଚର୍ଚ୍ଚା ଚରମକୁ ପହଞ୍ଚିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଦ୍ୱାରା ଆୟୋଜିତ ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (OTET) ବାତିଲ ହେବା ପରେ ବୋର୍ଡ ନୂଆ ତାରିଖ ଘୋଷଣା କରିଛି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏହି ସ୍ପେଶାଲ OTET ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ଏହି ଦିନ ସକାଳ ୯ଟାରୁ ୧୧:୩୦ ଯାଏ ପେପର୍-୧, ଏବଂ ବିକେଳ ୨ଟାରୁ ୪:୩୦ ଯାଏ ପେପର୍-୨ ପରୀକ୍ଷା ହେବାକୁ ଥିବା ବୋର୍ଡ ସୂଚନାରେ ଦିଆଯାଇଛି। ପରୀକ୍ଷାର୍ଥୀମାନେ ଅଗଷ୍ଟ ୨୨ ରୁ ନିଜ ଆଡମିଟ୍ କାର୍ଡ ବୋର୍ଡ ର ସରକାରୀ ୱେବସାଇଟ୍‌ରୁ ଡାଉନଲୋଡ୍ କରିପାରିବେ।