ଗୁଟିଙ୍ଗିଆ ବାନପ୍ରସ୍ଥି ଆଶ୍ରମ ଠାରେ ଜନ୍ମାଷ୍ଟମୀ ପାଳନ
ଫୁଲବାଣୀ :୧୮/୮( ବାଳକୃଷ୍ଣ କହଁର ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗୁଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଜଡ଼ାମାହା ରେ ଥିବା ବାନପ୍ରସ୍ଥି ଆଶ୍ରମ ଠାରେ ଏକ ବହୁଆଡମ୍ବର ସହକାରେ ଗହ୍ମା ପୂର୍ଣ୍ଣିମା ଓ ଜନ୍ମାଷ୍ଟମୀ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଏହି ଆଶ୍ରମର ବାନପ୍ରସ୍ଥି ବାବା ମାନେ ବିଭିନ୍ନ ଗ୍ରାମ କୁ ଯାଇ ଋକବେଦ, ଯଦୁର୍ବେଦ,ସାମବେଦ, ଅଥର୍ବବେଦ ପ୍ରଚାର ପ୍ରସାର କରାଯାଇଥିଲା। ଜନ୍ମାଷ୍ଟମୀ ଓ ସଂକ୍ରାନ୍ତି ଦୁଇଦିନ ଧରି ବହୁ ସୁନ୍ଦର ଭାବରେ ପାଳନ କରାଯାଇଥିଲା। ଏହି ଦୁଇଦିନ ମଧ୍ୟରେ ପଞ୍ଚକୁଣ୍ଡିଅ ଯଜ୍ଞ କରାଯାଇ ଥିବାବେଳେ ଯଜମାନ ଅଜୟ କୁମାର ପ୍ରଧାନ ଓ ଧର୍ମପତ୍ନୀ ତ୍ରିବେଣୀ ପ୍ରଧାନ,ଦେବରାଜ ପ୍ରଧାନ ଧର୍ମପତ୍ନୀ ଚିତ୍ତ୍ରାବତୀ ପ୍ରଧାନ, ରାଜକିଶୋର ପ୍ରଧାନ ଧର୍ମପତ୍ନୀ ଇନ୍ଦିରା ପ୍ରଧାନ, ପ୍ରଶାନ୍ତ ପ୍ରଧାନ ଧର୍ମପତ୍ନୀ କଳ୍ପନା ପ୍ରଧାନ, ସୁରଥ ପ୍ରଧାନ ଧର୍ମପତ୍ନୀ ଏଲିନା ପ୍ରଧାନ ପୁରୋହିତ ପ୍ରେମାନନ୍ଦ ବାନପ୍ରସ୍ଥିଜି କାର୍ଯ୍ୟ ତୁଲାଇଥିଲେ। ଶେଷରେ ଯଜ୍ଞ ପୂର୍ଣ୍ଣାହୁତି କରାଯାଇ ଜ୍ଞାନଯଜ୍ଞ କରିବା ସହ ଦୂରରୁ ଆସିଥିବା ବୁଦ୍ଧିଜୀବୀ ମାନେ ଭକ୍ତ ମାନଙ୍କୁ ପ୍ରବଚନ ମାଧ୍ୟ୍ୟମରେ ଧର୍ମବାଣି ଶୁଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସଭାପତି ଅଜୀବନ ମଲ୍ଲିକ, ସମ୍ପାଦକ ବିଶ୍ୱାମିତ୍ର ପ୍ରଧାନ,କୋଷାଧକ୍ଷ ସାଇନା ପ୍ରଧାନ ଉପସ୍ଥିତ ରହିଥିବା ବେଳେ ବାନପ୍ରସ୍ଥି ଆଶ୍ରମ ର ସଭାପତି ପର୍ଶୁରାମ କହଁର, ସମ୍ପାଦକ ଶିବରାମ କହଁର, ସଂଚାଳକ ଧରଣୀଧର ମଲ୍ଲିକ କାର୍ଯ୍ୟ କୁ ଠିକ ଭାବରେ ତୁଲାଇ ଥିଲେ। ଏଥିରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀମାନ ବାଳକୃଷ୍ଣ ପ୍ରଧାନ, ଜିଲ୍ଲା ସମ୍ପାଦକ ବନ ପ୍ରଧାନ ଏବଂ ଗ୍ରାମର ଲୋକମାନେ ସହଯୋଗ କରିଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ