ଚେରମହୁଲ ଗ୍ରାମରେ ଅଭାବନୀୟ ଘଟଣା ଟାଙ୍ଗିଆରେ ମୁଣ୍ଡଙ୍କୁ ହାଣିଲେ ଅଭିଯୁକ୍ତ ।
କଳାହାଣ୍ଡି, ୧୬ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚେରମହୁଲ ଗ୍ରାମରୁ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟିକିଏ କଥା କଟା କଟିକୁ ନେଇଁ ଏକ ହତ୍ୟା କାଣ୍ଡ ଘଟି ଯାଇଛି। ତଲଜାରିଙ୍ଗ ଗ୍ରାମ ର ରଥ କନ୍ଦପାନ ଚେରମହୁଲ ଗ୍ରାମକୁ ଜାଲେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣକୁ ନେଇଁ ଉକ୍ତ ଗ୍ରାମ ର ରତ୍ନା ମାଝି ଟାଙ୍ଗିଆ ରେ ତାଙ୍କୁ ହାଣି ହତ୍ୟା କରିଛନ୍ତି। ଖବର ପାଇ ଜୁନାଗଡ଼ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ