ଦୟନୀୟ ଅବସ୍ଥାରେ ତେରେସିଂହା କେନାଲ
କର୍ଲାମୁଣ୍ଡା, ୦୭/୦୮ (ସୁଶାନ୍ତ ରଣା): ଉତେଇ ଜଳସେଚନ ପ୍ରକଳ୍ପ ଅଧୀନ ତେରେସିଂହା କେନାଲର ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିରହିଛି I କେନାଲ ବେଡ୍ ସଫେଇ ହେଉ ନ ଥିବାରୁ ଅନେକ ସମୟରେ କେନାଲ ଭାଙ୍ଗି ଯାଉ ଥିବା ଦେଖାଯାଏ I ଫଳରେ ଚାଷୀମାନେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି I ମରାମତି କି ସଫେଇ କରାଯାଇ ନଥିବାରୁ ଚାଷୀମାନେ କେନାଲ ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି I ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି I