ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ଵାଧୀନତା ଦିବସ ପାଳିତ।
ଜୟପୁର,୧୫।୮( ଏ. ଭେଙ୍କଟ ରାଓ ) : ଜୟପୁର ଦଶହରା ପଡ଼ିଆ ଠାରେ ଉପଖଣ୍ଡ ସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଛି। ଜୟପୁର ଉପଜିଲ୍ଲାପାଳ ଏ ସସ୍ୟା ରେଡ୍ଡୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଜୟପୁର ଉପଖଣ୍ଡ ପୋଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପ, ତହସିଲଦାର ସାବ୍ୟସାଚି ଜେନା, ଗୋଷ୍ଟି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉପ ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ତାଙ୍କ ଅଭିଭାଷଣରେ ସ୍ବାଧୀନତା ପାଇବା ପାଇଁ ଇତିହାସରେ ବ୍ରିଟିଶ୍ ଶାସନରୁ ଆମ ଦେଶକୁ ମୁକ୍ତ କରିଥିବା ବୀର ମହାପୁରୁଷଙ୍କ ବଳିଦାନର ମହତ୍ବ ବିଷୟରେ ଉଦବୋଧନ ଦେଇଥିଲେ ଏବଂ ସ୍ବାଧୀନତା ସଂଗ୍ରାମରେ ଲଢେଇ କରିଥିବା ଦେଶ ଏବଂ ଓଡିଶାର ବୀର ମହାପୁରୁଷଙ୍କ ମହତ୍ବକୁ ଆଜିର ଏହି ପବିତ୍ର ସ୍ଵାଧୀନତା ଦିବସରେ ମନେ ପକାଇଥିଲେ।ଉପସ୍ଥିତ ଥିବା ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଜୟପୁର ନାଗରିକ,ପ୍ରସାଶନିକ କର୍ମଚାରୀ,ମିଡିଆ ବନ୍ଧୁ ମାନଙ୍କୁ ସମାଜ ଓ ଦେଶ ପାଇଁ କିଛି ମହତ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।
ସ୍ଵାଧୀନତା ପରଠାରୁ ଭାରତର ବହୁ କ୍ଷେତ୍ରରେ ବିକାଶ ହୋଇଛି ତଥା ଶିଳ୍ପ ,ଶିକ୍ଷା , ସ୍ବାସ୍ଥ୍ୟ , କୃଷି ସମ୍ପଦର ବିକାଶ,ଗମନା ଗମନ , ମହିଳା ସଶକ୍ତି କରଣ ,ଗରୀବ ଜନ ଏବଂ ଜନଜାତିଙ୍କ ଉନ୍ନତି ସମେତ ଦେଶର ବିଭିନ୍ନ ଅଞ୍ଚଳର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ତଥାପି ଅନେକ ସମସ୍ୟାର ସମାଧାନ କରିବାକୁ ବାକି ରହିଛି ବୋଲି କହିଥିଲେ। ଦଶହରା ପଡ଼ିଆ ଠାରେ ଅନୁଷ୍ଠିତ ଉପଖଣ୍ଡ ସ୍ତରୀୟ ପ୍ୟାରେଡରେ ବିଭିନ୍ନ ସ୍କୁଲ କଲେଜର ୩୯ ଟି ଗୋଷ୍ଟିରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ୟାରେଡ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା କୃତି ପ୍ରତିଯୋଗୀ ଏବଂ କର୍ମଚାରୀ ମାନଙ୍କୁ ଉପଜିଲ୍ଲାପାଳ ଏ ସସ୍ୟା ରେଡ୍ଡୀ ପୁରସ୍କୃତ କରିବା ସହ ସମ୍ନାନୀତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ଜୟପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋସଦା ଗାଦବା ମଞ୍ଚ ପରିଚାଳନା କରି ଧନ୍ୟବାଦ ଦେଇଥିଲେ। ଏଥି ସହିତ ଜୟପୁର ସହର ର ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ତରଫରୁ ମଧ୍ଯ ବହୁ ଯାକ ଜମକ ସହକାରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା।ଜୟପୁର ସିଟିଜେନ କମିଟି ସଭାପତି ବିନୋଦିନି ସନ୍ତ୍ରାପାତ୍ର, ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜୟପୁର ବିଧାୟକ, ଟ୍ୟାକ୍ସ ବାରର କୈଳାଶ ପାଣିଗ୍ରାହୀ, ନିର୍ମାଣ ଶ୍ରମକ ସଂଘର ବାଲା ରାଇ, ଅଟୋ ଚାଳକ ସଂଘର ଗୌତମ ସାମନ୍ତରାୟ, ବାବା ସାହେବ କୁଲି ସଂଘର ହିମାଂଶୁ ମହାପାତ୍ର, ସିନିୟର ସିଟିଜେନ ୱେଲଫର ଆସସିଏସନର ସଭାପତି ମିନକେତନ ଦାସ, ବାରିକ ସଂଘର ଏ ଆନନ୍ଦ ରାଓ,ସ୍ୱତନ୍ତ୍ର ଟ୍ରଜେରିର ଏଟିଓ ତ୍ରିପାଠୀ ବାବୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ସହ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏବଂ ଅନୁଷ୍ଠାନ ଗୁଡିକରେ ୭୯ ତମ ସ୍ୱାଧୀନତା ଦିବସ ପାଳନ କରାଯାଇ ଥିଲା।