Hot Posts

6/recent/ticker-posts

ଟେଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟଣା — ଶାନ୍ତିପୂର୍ଣ୍ଣ ଆଲୋଚନାରେ ରାସ୍ତା ରୋକ ଉଚ୍ଛେଦ

ରାୟଗଡ଼ା, ୦୩ / ୦୮ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ବିଜେପି ର ବରିଷ୍ଟ ନେତା ତଥା ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ୟାଲା କୋଣ୍ଡା ବାବୁ ଓ କୋରାପୁଟ ବିଧାୟକ ରଘୁରାମ ମାଛ ଙ୍କ ଚେଷ୍ଟା ଦ୍ୱାରା 326 ନମ୍ବର ଜାତୀୟ ରାଜପଥ ରୁ ରାସ୍ତା ରୋକ ଉଠିଲା l ସୂଚନା ଯୋଗ୍ୟଯେ ଗତ କାଲି ରାତ୍ରି ସମୟରେ ଗୁମା ଠାରେ ଏକ ଦୋକାନ ଗୃହ ମଧ୍ୟରେ ଏକ ଟେଙ୍କର ପଶି ଏକ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲା l ଗ୍ରାମ ବାସୀ ରାସ୍ତା ରୋକ କରିଥିଲେ ଏହାର ସମାଧାନ ନିମନ୍ତେ କୋଣ୍ଡା ବାବୁ ଓ କୋରାପୁଟ ବିଧାୟକ ରଘୁରାମ ମାଛ ଥାନା ଅଧିକାରୀ ରାୟଗଡା ତହସିଲଦାର ଙ୍କ ସହିତ ଆନ୍ଦୋଳନ କରି ଙ୍କ ମଧ୍ୟରେ ଆଲୋଚନା ହୋଇ ରାସ୍ତା ରୋକ ଉଠିଥିଲା l ମୃତ ବ୍ୟକ୍ତି ଙ୍କ ପରିବାର କୁ ଟେଙ୍କର ମାଲିକ ପକ୍ଷରୁ 5 ଲକ୍ଷ ଟଙ୍କା, କୋରାପୁଟ ବିଧାୟକ ଓ କୋଣ୍ଡା ବାବୁ ମିଳିତ ଭାବେ, ସରକାର ଙ୍କ ନିୟମ ଅନୁଯାଇ ଏକ ଅନ୍ତରଦୋୟ ଯୋଜନା ମାଧ୍ୟମରେ ଏକ ଗୃହ ଯୋଗାଇବା ନିମନ୍ତେ ନିଷ୍ପତି ହୋଇଥିଲା l କୋଣ୍ଡା ବାବୁ ଙ୍କ ଉପସ୍ଥିତ ରେ ଘଟଣା ର ସମାଧାନ ହୋଇଥିବା ରୁ ସ୍ଥାନୀୟ ଗ୍ରାମବାସୀ କୋଣ୍ଡା ବାବୁ ଙ୍କୁ ଧନ୍ୟବାଦ ଜଣାଇଥିଲେ ।*