Hot Posts

6/recent/ticker-posts

ରାଉରକେଲା ଷ୍ଟେସନରେ ଷ୍ଟେସନ ମାଷ୍ଟରଙ୍କୁ ମାଡ଼ ମାରିଲେ ବ୍ୟବସାୟୀ, ଜିଆର୍ପି ଅଭିଯୋଗ ତଦନ୍ତରେ

ରାଉରକେଲା, ୦୭ / ୦୮ : ରାଉରକେଲା ରେଲୱେ ଷ୍ଟେସନରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଷ୍ଟେସନ ମାଷ୍ଟର ଲକ୍ଷ୍ମୀ ନାରାୟଣ ତ୍ରୀପାଠୀ ଉପରେ ଏକ ସ୍ଥାନୀୟ ବ୍ୟବସାୟୀ ଦ୍ୱାରା ନିର୍ମମ ଆକ୍ରମଣ ଘଟିଛି। ଘଟଣା ପରେ ଷ୍ଟେସନ ମାଷ୍ଟରଙ୍କୁ  ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସା ପରେ ତାଙ୍କ ବୟାନ ଜିଆର୍‌ପି ପୋଲିସ ରେକର୍ଡ କରିଛି। ଏହି ଅପ୍ରତ୍ୟାଶିତ ଆକ୍ରମଣକୁ ନେଇ ଜିଆର୍‌ପି ଥାନାରେ ଅଭିଯୋଗ ଦାଖଲ ହୋଇଛି। ଘଟଣା ସଂପୃକ୍ତ ବ୍ୟବସାୟୀଙ୍କୁ ଜିଆର୍‌ପି ଅଟକ କରି ତଦନ୍ତ ଜାରି ରଖିଛି। ତଥାପି, ମାଡ଼ ମରାଯିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାରୁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି। ଏହି ଘଟଣା ରେଲ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା ଓ କର୍ମଚାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି।