Hot Posts

6/recent/ticker-posts

ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ପ୍ରତିଶୃତି ଦେଲେ ବିଡ଼ିଓ

ପଦ୍ମପୁର, ୨୦ / ୦୮ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ର ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଦହିଗାଁ ଠାରେ ବିଡ଼ିଓ ମନୋଜ ଦେବତା ଦହିଗାଁ ପଞ୍ଚାୟତ ର ଲୋକ ଙ୍କ ବିଭିନ୍ନ ସମସ୍ୟା, ଭତ୍ତା, ବାସଗୃହ, MGNREGA କାମର ଉପରେ ଆଲୋଚନା କରି ଯେଉଁ ସମସ୍ୟା ଗୁଡିକ ହେଉଛି ତାର କେମିତି ଖୁବ ଶୀଘ୍ର ସମାଧାନ ହେବ ତାହା ହିତାଧିକାରୀ ଙ୍କୁ ବୁଝାଇଛନ୍ତି l ଆଉ ଆଗକୁ ସମସ୍ତେ ମିଶି କାମ କଲେ ସମସ୍ୟା ହେବ ନାଇଁ ବୋଲି ପ୍ରତିକ୍ରିୟା ରଖିଛନ୍ତି l ଉକ୍ତ କାର୍ଯକ୍ରମ ରେ ଦହିଗାଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଚଞ୍ଚଲା ଦାଶ, ନାଏକ ସରପଞ୍ଚ, ସମସ୍ତ ୱାର୍ଡ ମେମ୍ବର, ADO,ଗାଁ ସାଥି, PEO, ABDO,ଏବଂ ଅନ୍ୟ କର୍ମଚାରୀ ଓ ବ୍ଲକ ର ବିଭିନ୍ନ ବିଭାଗ ର କର୍ମଚାରୀ, ଙ୍କ ଉପସ୍ଥିତି ରେ ଦହିଗାଁ ପୂର୍ବତନ ସରପଞ୍ଚ ପ୍ରବୀଣ କୁମାର ଦାଶ ଉପସ୍ଥିତ ରହିଥିଲେ l ଶ୍ରୀଯୁକ୍ତ ଦାଶ ଗୋଚର ଜମି ଓ ଭତ୍ତା କୁ ନେଇ ବିଡ଼ିଓ ମହାଶୟ ଙ୍କୁ ଜଣାଇଥିଲେ ଓ ବିଡ଼ିଓ ମହୋଦୟ ହିତାଧିକାରୀ ଙ୍କ ସମସ୍ୟା ର ଯଥା ଶୀଘ୍ର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି l 
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ