Hot Posts

6/recent/ticker-posts

ସାମ୍ବାଦିକ ରମେଶ ବାରିକଙ୍କ ପିତୃ ବିୟୋଗ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଗ୍ରାମର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ନେତ୍ରାନନ୍ଦ ବାରିକ (୭୨)ଙ୍କ ଆଜି ଅପରାହ୍ନରେ ୧ ଘଣ୍ଟା ସମୟରେ ନିଜ ବାସଭବନରେ ପରଲୋକ ହୋଇ ଯାଇଛି I ସେ କିଛିଦିନ ହେବ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ଥିଲେ I ମୁତ୍ଯୁଶଯ୍ଯା ନିକଟରେ ପରିବାର ସଦସ୍ୟଙ୍କ ସମେତ ବନ୍ଧୁ ପରିଜନ ଉପସ୍ଥିତ ଥିଲେ I ବଡ଼ ପୁଅ ରମେଶ ବାରିକ ଓ ସାନ ପୁଅ ରାଜୁ ବାରିକ ମୁଖାଗ୍ନି ଦେଇଥିଲେ I ତାଙ୍କର ମୁତ୍ଯୁ ଖବର ପାଇ ଅଞ୍ଚଳରେ ଶୋକର ଶାୟା ଖେଳିଯାଇଛି I ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ I