ଅନନ୍ୟ ଭାବେ ଉଦ୍ଯାପିତ ହେଲା ଝରିଗାଁ ରାମଲିଙ୍ଗେଶ୍ବର ଶୈବପୀଠରେ ଶ୍ରାବଣ ମାସର ଶେଷ ସୋମବାର
ଝରିଗାଁ, ୦୪ ୦୮ (ପର୍ଶୁରାମ ନାୟକ) : ନବରଙ୍ଗପୁର ଜିଲ୍ଲାର ଅନେକ ସ୍ଥାନରେ ପୁରାତନ ଶୈବପୀଠ ସମ୍ବନ୍ଧିତ ଲୋକକଥା ରହିଛି। ପୈରାଣିକ ସଂମଦ କିମ୍ବଦନ୍ତୀ ଅନୁଯାୟୀ ଯାହା ସମସ୍ତେ ଅବଗତ ହେବା ସହ ଶିବଭକ୍ତମାନେ ନିଜର ସମୟ ସୁବିଧା ଅନୁସାରେ ଆସ୍ଥା ଓ ଆରାଧନାରେ ସମର୍ପିତ ମହାଦେବଙ୍କୁ ଦର୍ଶନ କରି କୃପା ଆଶିର୍ବାଦ ଲାଭ କରନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଧିନରେ ଥିବା ବିଜାପୁର ଗ୍ରାମର ସର୍ବ ପୁରାତନ ରାମ ଲିଙ୍ଗେଶ୍ବର ଜୀଉ ଅବସ୍ଥାନ କରିଅଛନ୍ତି। ବିଜାପୁର ହେଉଛି ଆଦିବାସୀ ଅଧ୍ୟୁଷିତ ସହ କଳା ସଂସ୍କୃତି ପରମ୍ପରା ଐତିହ୍ୟରେ ପରିପୂର୍ଣ୍ଣ ହେବା ସହ ସାତପାଳି ଗାଁର ଆର୍ଦଶ ଗ୍ରାମ ଭାବେ ପରିଚୟ ଅଛି। ଭକ୍ତି, ଆରାଧନା, ଆଧ୍ୟାତ୍ମିକ ପରିବେଶ ଦୃଷ୍ଟିରୁ ଆଉ ଏକ ବିରାଟ ପରିବର୍ତ୍ତନର ମାନସିକତା ନେଇ ଏକ ଦଶନ୍ଧି ଧରି କ୍ରମଶଃ ଶିବଭକ୍ତ ମାନଙ୍କର ବୃଦ୍ଧି ପାଉଛି। ବିଶେଷ କରି ଗାଁ ଗହଳିର ପ୍ରାୟ ଲୋକ ଏହି ବୋଲ୍ ବମ୍ ଯାତ୍ରାରେ ସାମିଲ ହୋଇ ଶିବ ମସିହାର ସାନିଧ୍ୟ ଲାଭ କରିଥାନ୍ତି। ଆବାଳ ବୃଦ୍ଧ ବନିତାଙ୍କ ଟୁ ଆରମ୍ଭ କରି କୁନିକୁନି ପିଲାମାନେ ଶ୍ରାବଣ ମାସର ବର୍ଷାରୁ ଭିଜି ଭିଜି ଜଳ ପୂର୍ଣ୍ଣ କଳସକୁ କାଉଁଡି଼ ଭାର ସହ ବିଭିନ୍ନ ଶୈବପୀଠରେ ଜଳାଭିଷେକ କରନ୍ତି। ଯେମିତି ଭକ୍ତିମୟ ଆନନ୍ଦ ଦାୟକ ମନରେ ସେତିକି ଭକ୍ତି ଆସ୍ଥାର ଭାଜନ୍ କରେ।ଆଜି ଡ଼ାବୁଗାଁ ଠାରୁ ୧୫ କିଲୋମିଟର ଦୂରରେ ଥିବା ବିଜାପୁର ଗ୍ରାମସ୍ଥିତ ରାମ ଲିଙ୍ଗେଶ୍ବର ଶୈବ ପୀଠରେ ଶିବ ଭକ୍ତମାନଙ୍କର ଶ୍ରାବଣ ମାସର ଶେଷ ସୋମବାରରେ ପ୍ରବଳ ଜନସମାଗମ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଗ୍ରାମରେ ଆବାହନ କାଳରୁ ଶ୍ରୀ ରାମ ଲିଙ୍ଗେଶ୍ବର ଜୀଉ ନାମରେ ଅନେକ ବର୍ଷ ଧରି ପୂଜା ପାଇ ଆସୁଛନ୍ତି। ଗାଁର ଭଦ୍ରବ୍ୟକ୍ତି, ବୁଦ୍ଧିଜୀବି, କଥାକାର ମାନଙ୍କ ମତାନୁସାରେ ରାଜା ରାଜୁଡ଼ା ଶାସନ କାଳରେ ଏବଂ ସର୍ବପ୍ରାଚୀନ ଅଟେ ଲୋକମାନଙ୍କ ମୁହଁରୁ ଯାହା କୁହାଯାଏ। କେବଳ ସେତିକିରେ ସୀମିତ ରହେ ନାହିଁ ମହାଶିବରାତ୍ରି ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଏଠି ପୂଜା ହୁଏ ଲମ୍ବା ଧାଡ଼ି ଲାଗିଥାଏ। ବିଜାପୁର ଗ୍ରାମର ଯୁବ ଶ୍ରଦ୍ଧାଳୁମାନେ କୋଇଗାଁ ନିକଟସ୍ଥ ନଦୀରୁ ଜଳ ପୂର୍ଣ୍ଣ କଳସ କାଉଁଡ଼ି ଭାର ସହିତ ସୁମଧୁର ଭକ୍ତି ଗୀତର ସ୍ବର ତାଳେ ତାଳେ ବୋଲ୍ ବମ୍ ଆମେ ତୋ କାଉଁଡି଼ ବାଲା ବୋଲି ବୋଲି ଖାଲି ପାଦରେ ଚାଲି ଚାଲି ପଥ ଅତିକ୍ରମ କରି କାଉଡି଼ର ଜଳ ପୂର୍ଣ୍ଣ କଳସକୁ ନେଇ ବିଜାପୁରେ ବିରାଜିତ ରାମ ଲିଙ୍ଗେଶ୍ବର ଜୀଉଙ୍କୁ ଜଳାଭିଷେକ କରିଥିଲେ। ଏକ ଭକ୍ତି ଭାବମୟ ପରିବେଶ ଅବସରରେ ହୃଷିକେଶ ଡ଼ଙ୍ଗରି, ବଳରାମ କଲାର, ଅନନ୍ତ ମାଝୀ, ରୁକଧର କଲାର, ମଧୁ ଭତ୍ରା, ଶଶିକାନ୍ତ ମାଝୀ, ନିଲମ ଭତ୍ରା, ଦୁର୍ଜନ ଭତ୍ରା, ବନ୍ଧୁ ମାଝୀ, ମହେନ୍ଦ୍ର ଭତ୍ରା, ବୃନ୍ଦାବତୀ,ଶୁଶିଲା, ବବାଳି,ମଇନା,ନବିନାଙ୍କ ସମେତ କୁନି ଶିବ ଭକ୍ତ ଗୈ।ତମ ଆଦି ଯାଇଥିଲେ। ଶ୍ରାବଣ ମାସର ଶେଷ ସୋମବାରରେ ରାମଲିଙ୍ଗେଶ୍ବର ଜୀଉଙ୍କ ଆଶିଷ ପାଇବା ପାଇଁ ଭକ୍ତମାନଙ୍କର ଜନ ସମାଗମ ନିଶ୍ଚିତ ଲାଗି ରହିବା ସହ ନବରଙ୍ଗପୁର ଜିଲ୍ଲାର ଧର୍ମ ଆସ୍ଥା ବିଶ୍ବାସ ସଂସ୍କୃତିରେ ପରିପୂର୍ଣ୍ଣର କେନ୍ଦ୍ରସ୍ଥଳୀ ଭାବରେ ପରିଗଣିତ ହୋଇପାରିବ। ଆଜି ରାମଲିଙ୍ଗେଶ୍ବର କଳା ଓ ଯୁବ ପରିଷଦର ବନ୍ଧୁମାନଙ୍କ ତରଫରୁ ସୁଷମ ଅନ୍ନ ପ୍ରସାଦର ସୁବ୍ୟବସ୍ଥାର ଆୟୋଜନ କରିଥିଲେ। ଏହି ଅବସରରେ ଯୁବ ପରିଷଦର ସଭାପତି ସରାଦୁ ଭତ୍ରା, ଉପଦେଷ୍ଟା ଖଗପତି ମାଝୀ, ରଇନୁ ମାଝୀ, ଭଗବାନ କଲାର, ଅଚ୍ୟୁତ ମାଝୀ, ହରେକୃଷ୍ଣ ରାଜଗଣ୍ଡ, ମନ୍ଦିର ପୂଜକ ବଂଶୀଧର ଦାସ, ଭାଗିରଥି ଦାସ, ଗଜବଲ ମାଝୀ, ଲାଇବନ କୁମ୍ଭାରଙ୍କ ସମେତ ସମସ୍ତ କର୍ମକର୍ତ୍ତା ବୃନ୍ଧ ଉପସ୍ଥିତ ରହି ସେବା କରିବାର ଆଶିଷ ଲାଭ କରିବା ସହ ସହଯୋଗ କରିଥିଲେ। ବିଶେଷ କରି ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କ ନିମନ୍ତେ ଅନ୍ନ ପ୍ରସାଦ ପରଷିବାର ସୁଯୋଗ ନେବା ସହ ଏହପରି ପୂଣ୍ୟ ଅର୍ଜ୍ଜନ ସକାଶେ ବିଜାପୁର ସ୍ଥାନୀୟ ବୁଦ୍ଧିଜୀବି ଏବଂ ଗାଁର ଭଦ୍ରବ୍ୟକ୍ତିମାନେ ଏମାନଙ୍କର ସୁକାର୍ଯ୍ୟ ନିମନ୍ତେ ସାଧୁବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ଏହିଭଳିଆ ଜନସାଧାରଣମାନଙ୍କ ପାଇଁ ସେବା ସମର୍ପଣ ମନୋଭାବର ଏକାଗ୍ରତା ଆଗକୁ ଜାରି ରହୁ ବୋଲି ପ୍ରଭୁ ରାମଲିଙ୍ଗେଶ୍ବର ଜୀଉ ନିକଟରେ କାମନା କରିଥିଲେ।