Hot Posts

6/recent/ticker-posts

ରାତିରେ ଚାଲିଥିଲା ପେଟ୍ରୋଲିଙ୍ଗ, ମାଉଜର ସହ ଗିରଫ ହେଲେ ଯୁବକ

ଗଞ୍ଜାମ , ୦୪ / ୦୮ :  ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଏକ ଚଞ୍ଚଳକର ଘଟଣା ଘଟିଛି । ରବିବାର ରାତିରେ ଭଞ୍ଜନଗର ଥାନାର ଏସ୍‌ଆଇ ସମୀର ସେଠୀ ଓ ତାଙ୍କ ଟିମ୍‌ ତୁଳସୀପଲ୍ଲୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଏହି ଘଟଣା ଘଟିଥିବା ତଥ୍ୟ ମିଳିଛି।ସୌମ୍ୟ ରଞ୍ଜନ ବେହେରା ନାମକ ଜଣେ ଯୁବକ ସନ୍ଦେହଜନକ ଭାବରେ ରାତିରେ ଏହି ଅଞ୍ଚଳରେ ଘୁରୁଥିବା ଦୃଶ୍ୟ ଦେଖି ପୋଲିସ ତାଙ୍କୁ ପଚାରିବାକୁ ଯାଉଥିବା ବେଳେ, ସେ ଅସଦାଚରଣ ଦେଖାଇଥିଲେ ବୋଲି ଅଭିଯୋଗ ହୋଇଛି। ପରେ ପୋଲିସ ତାକୁ ଅଟକ କରି ପଚାରାଉଚାରା କଲେ, ତାଙ୍କ ଅଭିଧାନରୁ ଗୋଟିଏ ମାଉଜର ଓ ଦୁଇଟି ଜୀବନ୍ତ ଗୁଳି ଜବତ କରିଛନ୍ତି। ଏହି ଘଟଣାକୁ ନେଇ ଭଞ୍ଜନଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ପକ୍ଷରୁ ଘଟଣା ସଂପର୍କରେ ଅଧିକ ତଦନ୍ତ ଚାଲିଛି। ମାଉଜର ଓ ଗୁଳି କେଉଁଠାରୁ ଆଣାଯାଇଥିଲା? କୌଣସି ବୃହତ୍ତର ଅପରାଧିକ ଯୋଜନା ସହିତ ଏହାର ସମ୍ପର୍କ ଅଛି କି? — ଏସବୁ ପ୍ରଶ୍ନ ଉଠିଛି।