Hot Posts

6/recent/ticker-posts

ପୋଡାଗଡ ସ୍ଥାନୀୟ ବଜାରରେ ଚୋରି ହାର ବୃଦ୍ଧି ପାଉଛି ।

ପୋଡାଗଡ,  ୩୧ / ୦୭ (ବିପିନ କୁମାର ହିଆଲ) : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତର ପୋଡ଼ାଗଡ ସ୍ଥାନୀୟ ବଜାରରେ ଚୋରି ଦିନପ୍ରତି ଦିନ ବୃଦ୍ଧି ପାଉଛି ।ଗତ ୧୭/୦୭/୨୦୨୫ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରି ଗୋଟି ଭିନ୍ନ ଭିନ୍ନ ଦୋକାନରୁ ଚୋରି ହେଇଥିବା ଦେଖିବାକୁ ମିଳିଛି । ଆଜି ସ୍ଥାନୀୟ ଶ୍ରୀ ଦେବେନ୍ଦ୍ର ଖରାଙ୍କ କିରାନା ଦୋକାନ ଓ ଶ୍ରୀ ଅନନ୍ତ ମିନିଆକାଙ୍କ ଫାଷ୍ଟଫୁଡ୍ ଦୋକାନ ରେ ଆଜି ୩୧/୦୭/୨୦୨୫ ତାରିଖରେ ଚୋରି ହୋଇଛି । ଦେବେନ୍ଦ୍ର ଖରାଙ୍କ ବିଭିନ୍ନ ଜିନିଷ ଓ ୨୦, ୦୦୦ ଟଙ୍କା ଓ ଅନନ୍ତ ମିନିଆକାଙ୍କ ୧୫,୦୦୦ ଟଙ୍କା ଚୋରି ହୋଇଛି ବୋଲି ସୂଚନା ମିଳିଛି । ଉଭୟ ଦୋକାନର ତାଲା ଭାଙ୍ଗି ଚୋର ଚୋରି କରିଛି। ଉଭୟ ଦୋକାନୀ କୋରାପୁଟ ସଦରଥାନା ପୋଲିସକୁ ଜଣାଵା ତତ୍ପୋରେ ପୋଲିସ ଆସି ତଦନ୍ତ କରି ଯାଇଛନ୍ତି । ବର୍ତ୍ତମାନ କଣ ହେବ ତାହା ଦେଖା ଯିବ। ଜନସାଧାରଣଙ୍କ ମତାମତ ପୋଲିସ ପେଟ୍ରୋଲିଙ୍ଗ ନିରନ୍ତର କରାଯାଉ କିମ୍ବା ପୋଡ଼ାଗଡ ଠାରେ ଟିଏ ପୋଲିସ ଫାଣ୍ଡି କରାଯାଉ ତା ହେଲେ ଚୋରି ହାର ଓ ସବୁ ଦୁର୍ନୀତି ହାର କମିବ ବୋଲି ଆଶା କରୁଛୁ। ଏହା ପ୍ରତି ପ୍ରଶାସନ ଓ ସରକାରକୁ କଡାକଡି ଧ୍ୟାନ ଦେବାକୁ ଅନୁରୋଧ।