ଆପାର୍ଟମେଣ୍ଟ ପଞ୍ଜିକରଣ ନିୟମକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ଡାକିଲେ ବୈଠକ
ଭୁବନେଶ୍ୱର, ୨୯ / ୭ : ରାଜ୍ୟର ଆପାର୍ଟମେଣ୍ଟ ନିର୍ମାଣ ଓ ବିକ୍ରୟ ବ୍ୟବସ୍ଥାକୁ ଅନୁଶାସିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ରେରା ଆଇନର ଶତ-ପ୍ରତିଶତ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ଆସନ୍ତା ବୁଧବାର ଅପରାହ୍ନ ୩ଟା ୩୦ ମିନିଟରେ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହେବାକୁ ଯାଉଛି। ଏହି ବୈଠକର ଅଧ୍ୟକ୍ଷତା କରିବେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା। ବୈଠକରେ ଆପାର୍ଟମେଣ୍ଟ ପଞ୍ଜିକରଣ ପ୍ରକ୍ରିୟାର ସ୍ୱଚ୍ଛତା, ଗୃହଯୋଜନା ର ନିୟମିତିକରଣ, ରେରା ଆଇନ ଅନୁସାରେ ଡିଭେଲପର୍ମାନେ କିପରି ନିୟମକୁ ଅନୁସରଣ କରିବେ, ତଥା ଗ୍ରାହକଙ୍କ ଅଧିକାର ସୁନିଶ୍ଚିତ କରିବା ଭଳି ୫ଟି ମୁଖ୍ୟ ବିଷୟ ବସ୍ତୁ ଉପରେ ଚର୍ଚ୍ଚା ହୋଇପାରେ, ବୈଠକରେ ନଗର ଉନ୍ନୟନ ବିଭାଗ, ରାଜସ୍ୱ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ଓଡ଼ିଶା ରେରା (ଓରେରା), ଭୁବନେଶ୍ୱର ବିକାଶ ଅଧିକାରୀ (ବିଡ଼ିଏ), ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି), ଟାଉନ ପ୍ଲାନିଂ ବିଭାଗ ଓ ୱାଟକୋ ଭଳି ଗୁରୁତ୍ୱପୂର୍ଣ୍ଣ ଏଜେନ୍ସୀ ଓ ବିଭାଗର ଶୀର୍ଷ ଅଧିକାରୀମାନେ ଯୋଗ ଦେବେ।