Hot Posts

6/recent/ticker-posts

ପୂରଣ ହେଲାନି ଟାର୍ଗେଟ, ୧୧ ବିଇଓ ଙ୍କ ଦରମା ବନ୍ଦ

ବଲାଙ୍ଗୀର, ୩୦ / ୭ :  — ଗଛ ଲଗାଇବା ଲକ୍ଷ୍ୟ ପୂରଣ ନ କରିପାରିବାରୁ ବଲାଙ୍ଗୀର ଜିଲ୍ଲା ଶିକ୍ଷା ବିଭାଗ ରେ ଏକ ଅଭୂତପୂର୍ବ ପଦକ୍ଷେପ ନିଆଯାଇଛି। "ଏକ ପେଡ୍ ମାଆକେ ନାମ " କାର୍ଯ୍ୟକ୍ରମ ଅନ୍ତର୍ଗତ ଯେଉଁଠି ଗଛ ଲଗାଇବାକୁ ନିର୍ଦ୍ଦେଶ ଥିଲା, ସେଥିରେ ନିର୍ଦ୍ଦିଷ୍ଟ ଟାର୍ଗେଟ ପୂରଣ ନ ହେବାର ଅଭିଯୋଗରେ ୧୧ ଜଣ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଦରମା ଜୁଲାଇ ମାସ ପାଇଁ ବନ୍ଦ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଦ୍ରଢ଼ ପଦକ୍ଷେପ ନେଇ ବୁଝାଇଦେଇଛନ୍ତି ଯେ କାର୍ଯ୍ୟ ଅନୁସାରେ ଦାୟିତ୍ୱ ନିଷ୍ପାଦନ ଆବଶ୍ୟକ। ମାତ୍ର କାଘଜ ପରିପୂରଣ କରିବା ନୁହେଁ, ବସ୍ତବରେ କାର୍ଯ୍ୟ କରି ଫଳ ଦେଖିବା ଦରକାର।


ଯେଉଁ ବ୍ଲକ୍‌ ଅଧିକାରୀଙ୍କ ଦରମା ବନ୍ଦ ହୋଇଛି:
ଆଗଲପୁର
ସଇଁନ୍ତଳା
ଟିଟିଲାଗଡ଼
ଦେଓଗାଁ
ଗୁଡ଼ଭେଲା
ବଙ୍ଗୋମୁଣ୍ଡା
ମୁରିବାହାଲ
ତୁରେକେଲା
ବେଲପଡା
ପାଟଣାଗଡ଼
ପୂଇଁନ୍ତଳା


ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଟାର୍ଗେଟ ଥିଲା: "ଏକ ପେଡ୍ ମାଆକେ ନାମ "  ଅଭିଯାନ ଅନ୍ତର୍ଗତ ଦେଶରେ ପରିବେଶ ସୁରକ୍ଷା ଓ ଗ୍ରୀନ ଅଭିଯାନରେ ଶିକ୍ଷା ବିଭାଗର ଅଂଶଗ୍ରହଣକୁ ବୃହତ୍ ଅର୍ଥ ଦିଆଯାଇଛି। ପ୍ରତ୍ୟେକ ବିଇଓଙ୍କୁ ଏହି କାର୍ଯ୍ୟ ଅନୁଷ୍ଠାନରେ ସକ୍ରିୟ ଭୂମିକା ନିବାହ କରିବାକୁ କୁହାଯାଇଥିଲା। ଏହି ପଦକ୍ଷେପ ଏକ ନମୁନା ସୃଷ୍ଟି କରିଛି, ଯାହା ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏକ ସକ୍ରିୟ ପରିବେଶ ଅନୁଭବ ନେଇଆସିପାରେ। ପ୍ରଶାସନ ସ୍ପଷ୍ଟ କରିଛି ଯେ ଗଛ ଲଗାଇବା କେବଳ ଗ୍ରୀନ ଅଭିଯାନ ନୁହେଁ, ଏହା ଏକ ସାମାଜିକ ଦାୟିତ୍ୱ ଓ ଉତ୍ତରଦାୟିତ୍ୱର ପ୍ରତୀକ।