ବଜ୍ରପାତ ସହ ବର୍ଷାର ଆଶଙ୍କା, ୧୫ ରୁ ଅଧିକ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୦୬ / ୬ : – ଓଡ଼ିଶାର ଅନେକ ଜିଲାରେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ଓ ତୀବ୍ର ପବନ ବହିପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ବଜ୍ରପାତ ସମ୍ଭାବନା ରହିଥିବା ଜିଲାଗୁଡିକ ହେଉଛି — ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ପୁରୀ, ନବରଙ୍ଗପୁର, ଅନୁଗୋଳ, ବୌଦ୍ଧ ଓ କଳାହାଣ୍ଡି। ଏହିଠାରେ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି. ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ ମିଳିଛି। ତାଲିକାର ଅନ୍ୟ ୧୫ ଜିଲାରେ ମଧ୍ୟ ଘଣ୍ଟାପ୍ରତି ୩୦ ରୁ ୪୦ କି.ମି. ବେଗରେ ପବନ ଚଳନ ଓ ହାଲୁକା ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି। ପାଣିପାଗ ବିଭାଗ ଅଧିକାରୀଙ୍କ କହିବାଅନୁସାରେ, ଆସନ୍ତା ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଉଷ୍ଣ ଓ ଆର୍ଦ୍ର ଅବସ୍ଥା ବ୍ୟାପକ ରୂପେ ରହିପାରେ। ବିଭିନ୍ନ ଅଞ୍ଚଳରେ ଲୁଉ ଝୋକା ଓ ଅସହ୍ୟ ଅତିତାପ ଅନୁଭବ କରାଯିବ ବୋଲି ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।ପାଣିପାଗ ଅବସ୍ଥା ଦୃଷ୍ଟିରେ ଲୋକମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି। ଖାସ୍କରି ଖୋଲା ସ୍ଥାନ, ବୃକ୍ଷ ତଳ, ବିଦ୍ୟୁତ ତାର ନିକଟରୁ ଦୂରେ ରହିବାକୁ ଉପଦେଶ ଦିଆଯାଇଛି।