Hot Posts

6/recent/ticker-posts

କକଡ଼ାବେଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ବିକାଶ ମେଲା କାର୍ଯ୍ୟକ୍ରମ ଅନୁଷ୍ଠିତ

ଝରିଗାଁ, ୨୦ / ୬ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ କକଡ଼ାବେଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମ ଓ ବ୍ଲକ ର ଅନେକ ଅଧିକାରୀ, ପ୍ରତିନିଧି ଓ ଗ୍ରାମବାସୀ ମାନଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଗମ୍ଭୀର ମାନ୍ୟତା ଦେଲା। ମୁଖ୍ୟ ଅତିଥି ଭାବରେ ବିଜେପି ର ମଣ୍ଡଳ ସଭାପତି ଶ୍ରୀ ଭୁଜବଳ ଗୌଡ଼ ଯୋଗଦେଇଥିଲେ, ଏହି କାର୍ଯ୍ୟକ୍ରମରେ BSSO ସୌରଭ ବେହେରା, GPDO ରମେଶ ହରିଜନ, BPO ସିମା ବେହେରା, CHP ସଶିଳି ରାଣୀ, ଛାଟଇ GRS ଦେନାଥ ଭଞ୍ଜାରା, SM ସୌରଜ ସାହୁ, ANM ସବିତା ଭତ୍ରା ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ କର୍ମଚାରୀ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ନେତୃତ୍ୱ ରୂପେ ସରପଞ୍ଚ ଚୈତୁ ଭତ୍ରା, ନାୟକ ସରପଞ୍ଚ ମିନତି ଭତ୍ରା, ପୂର୍ବତନ ସରପଞ୍ଚ ହରି ପୂଜାରୀ, ବିଜେପି କାର୍ଯ୍ୟକର୍ତ୍ତା ଭଜମନ କଳାର, ଶିବରାମ ଭତ୍ରା, ସହଦେବ ପନକା ମଧ୍ୟ ଆଗ୍ରହ ଓ ସମର୍ପଣ ସହ ଉପସ୍ଥିତ ରହି ଗ୍ରାମ ବିକାଶ ନେଇ ମନ୍ତବ୍ୟ ରଖିଥିଲେ।ଏଥିରେ ଅନ୍ତୋଦୟ ଗୃହ ଯୋଜନା ଅନ୍ତର୍ଗତ ୫ ଜଣ ଲାଭାନ୍ବିତଙ୍କୁ ୱାର୍କ କାଡ଼, ୫ ଜଣଙ୍କୁ ରେସନ କାଡ଼ ଏବଂ ୫ ଜଣଙ୍କୁ ଜବ କାଡ଼ ପ୍ରଧାନ କରାଯିବା ଘଟଣା ଗ୍ରାମ ବିକାଶର ଦୃଢ଼ ପଦକ୍ଷେପ ଭାବରେ ଦେଖାଯାଇଛି।
 ଏହି କାର୍ଯ୍ୟକ୍ରମ ରେ ଅନ୍ତୋଦୟ ଗୃହ ଯୋଜନା ଅନ୍ତର୍ଗତ ୫ ଜଣ ଲାଭାନ୍ବିତଙ୍କୁ ୱାର୍କକାଡ଼, ୫ ଜଣଙ୍କୁ ରେସନ କାଡ଼ ଏବଂ ୫ ଜଣଙ୍କୁ ଜବ କାଡ଼ ପ୍ରଦାନ କରାଯିବା ଘଟଣା ଗ୍ରାମ ବିକାଶର ଦୃଢ଼ ପଦକ୍ଷେପ ଭାବରେ ଦେଖାଯାଇଛି। ଏହି କାର୍ଯ୍ୟକ୍ରମରେ ଆଶା କାର୍ଯ୍ୟକର୍ତ୍ତା, ଅଙ୍ଗନବାଡ଼ି କର୍ମୀ, ପଞ୍ଚାୟତ ସ୍ଵାଂହସୟାକ ଗୋଷ୍ଠୀ ଓ ସ୍ଥାନୀୟ ସାମାଜିକ ସଂଗଠନ ମାନେ ସଚେତନ ଭାବେ ଯୋଗ ଦେଇ ଗ୍ରାମ ଉନ୍ନତି ପାଇଁ ଏକତ୍ରିତ ହୋଇଥିଲେ। ବିଭିନ୍ନ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ବି ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରି ଗ୍ରାମ ବିକାଶରେ ସକ୍ରିୟ ଭୂମିକା ନେଇଥିଲେ।