ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ
ଚକାପାଦ : ୧୧ / ୬ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ରିଙ୍ଗିବାଡ଼ି ଗ୍ରାମ ରେ ଏକ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ! ଉକ୍ତ କାର୍ଯ୍ୟକ୍ରମ କୁ ସଭାପତି ବିଶ୍ଵାମିତ୍ର ମଲ୍ଲିକ ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଅଛି ! ଏହି କାର୍ଯ୍ୟକ୍ରମ ରେ ସଭାପତି ବିଶ୍ୱାମିତ୍ର ମଲ୍ଲିକ, ଉପସଭାପତି ଲୋକନାଥ ପ୍ରଧାନ, ସମ୍ପାଦକ ଗଦାଧର ପ୍ରଧାନ ଉପସ୍ଥିତ ରହିଥିଲେ ! ଏଥିରେ ବାରକୋଷ ଶାଖା କୁଇସମାଜ ସେବାସମିତି ଉପଶାଖା 7 ଗୋଟି ଗ୍ରୁପ କୁ ନେଇ ସମାଜର ସମସ୍ତ ଆଦିବାସୀ ବାପା , ମା, ଭାଇ, ଭଉଣୀ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ସଚେତନତା , ଆଲୋଚନା, ଆଦିବାସୀ ମାନଙ୍କ ର ଉନ୍ନତି, ଶିକ୍ଷା ର ବିକାଶ ସମାଜକୁ କିଭଳି ସୁଦୃଢ କରିବା , ବାଲ୍ୟ ବିବାହ ରୋକିବା, ପାରିବାରିକ ହିଂସା, ମହିଳା ମାନଙ୍କ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା ! ଏଥି ସହ ସମାଜ ର ବାର୍ଷିକ ଆୟ ବ୍ୟୟ ହିସାବ କରାଯାଇଥିଲା ! ଶେଷରେ ଉପସଭାପତି ଲୋକନାଥ ପ୍ରଧାନ ପରିଚାଳନା କରିବା ସହ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ !କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ!