Hot Posts

6/recent/ticker-posts

ଭଦ୍ରକରେ ବାଣ ନିଷ୍କ୍ରିୟ ବେଳେ ବିସ୍ଫୋରଣ — ଭୟଭୀତ ଗ୍ରାମବାସୀ

ଭଦ୍ରକ, ୫ / ୬ :  — ଏକ ବିସ୍ଫୋରଣ ଏବଂ ତାହା ପରେ ଲାଗିଥିବା ଆତଙ୍କ ପାଇଁ ଏବେ ଭଦ୍ରକ ଜିଲ୍ଲା ଅନେକ ଗ୍ରାମରେ ଚର୍ଚ୍ଚା ଜରି। ତାଜା ଘଟଣା — ଯାହା ପୁଲିସ ଦ୍ୱାରା ଜବତ ବାଣ ନିଷ୍କ୍ରିୟ କରିବା ବେଳେ ଘଟିଥିଲା — ଯାହା ଗାଁରେ ଭୟ ଓ ଅସନ୍ତୋଷ ପସାଇଛି। ଭଦ୍ରକ ଥାନା ଅନ୍ତର୍ଗତ କଲେଇ ଗ୍ରାମରେ, ଦିନ ମଧ୍ୟାହ୍ନରେ ଅଚାନକ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା। ଗ୍ରାମବାସୀଙ୍କ ଅନୁଯାୟୀ, ଶବ୍ଦ ଏତେ ଭୟାନକ ଥିଲା ଯେ ଘର ଦୁଲିଯିବା, ଝରକା କାଚ ଭାଙ୍ଗିଯିବା ସହ ବତୀ , ଲାଇଟ ଖସି ପଡ଼ିଥିଲା। ଗାଁର ମହିଳା, ବୃଦ୍ଧ ଓ ଶିଶୁମାନେ ଭୟରେ ଘରୁ ବାହାରିପଡି ଖୋଲା ସ୍ଥାନ ରେ ରହିଥିଲେ। ପ୍ରଭାବ ଏତେ ଦୂର ପର୍ଯ୍ୟନ୍ତ ଥିଲା ଯେ ପାଖପାଖି ୧୦ଟି ଗ୍ରାମରେ ଅନୁଭୂତ ହୋଇଥିଲା ଏହି ଘଟଣା। ଖବର ଅନୁଯାୟୀ, ଭଦ୍ରକ ପୁରୁଣାବଜାର ଥାନା ପୁଲିସ ବେଆଇନ ଭାବେ ଗୁପ୍ତ ଭଣ୍ଡାରରୁ ଜବତ କରାଯାଇଥିବା ବାଣଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ କଲେଇ ନଦୀ କୂଳକୁ ଆଣିଥିଲେ। ଦୁଇଟି ଗାତ ଖୋଲି ରଖାଯାଇଥିବା ବେଳେ ଏକ ଅପେକ୍ଷା କରାଯାଇନଥିବା ବିସ୍ଫୋରଣ ହୋଇଥିଲା। ଅନେକ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି — ଏମିତି ଜନବସତି ନିକଟରେ ବିନା ସୂଚନା ଏବଂ ସତର୍କତା ବାଣ ନିଷ୍କ୍ରିୟ କରିବା କେତେଦୂର ଉଚିତ?ବିସ୍ଫୋରଣ ପରେ ଗ୍ରାମବାସୀ ପୁଲିସକୁ ଘେରିଥିଲେ, ଅତିରିକ୍ତ ଏସପି ସମ୍ବିତ ମାଝୀ ଘଟଣାସ୍ଥଳରେ ଯାଇଥିଲେ, କିନ୍ତୁ ସ୍ଥାନୀୟ ଲୋକଙ୍କ ଅନୁଯାୟୀ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ସ୍ଥାନୀୟ ସରପଞ୍ଚ ନିରଞ୍ଜନ ମଲ୍ଲିକ ମଧ୍ୟ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, “କୌଣସି ସୂଚନା ନଥିଲା, ଲୋକ ଭୟ ଓ ଆତଙ୍କରେ ଘର ଛାଡ଼ିଦେଲେ। କିଛି ଘର ଭାଙ୍ଗିଗଲା, ଏବଂ ରୋଗୀ ମାନେ ଆଉ ଅଧିକ ଅସୁସ୍ଥ ହେଲେ।” ଏ ନେଇ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା କେବଳ ଏତିକି କହିଛନ୍ତି, “ଭଦ୍ରକରେ ବାଣ ବିସ୍ଫୋରଣରେ ଘଟିଥିବା ୩ ମୃତ୍ୟୁ ପରେ, ଏହି ବାଣଗୁଡ଼ିକୁ ନିଷ୍କ୍ରିୟ କରାଯାଉଛି।”