ବଲାଙ୍ଗୀର ରେଳ ଷ୍ଟେସନରେ ୧୧ କିଲୋ ଗଞ୍ଜେଇ ସହ ଧରା ପଡ଼ିଲେ ଦୁଇଜଣ ମହିଲା
ବଲାଙ୍ଗୀର, ୫ / ୬ : — ଗଞ୍ଜେଇ ଓ ନିଷିଦ୍ଧ କପ୍ ସିରପ ବେପାର ନେଇ ନିରନ୍ତର ଚିନ୍ତା ଜନ୍ମ ଦେଉଥିବା ବଲାଙ୍ଗୀର ସହରରେ ଗୁରୁବାର ଏକ ଚଞ୍ଚଳ ଘଟଣା ଦେଖିବାକୁ ମିଳିଛି। ରେଳବାଇ ପୋଲିସ ଦ୍ୱାରା ଦୁଇ ଜଣ ମହିଳା ଗଞ୍ଜେଇ ସହ ଧରା ପଡ଼ିଛନ୍ତି। ସେମାନେ ବଲାଙ୍ଗୀର ରେଳ ଷ୍ଟେସନରୁ ଟ୍ରେନ୍ରେ ବହାରିବା ପୂର୍ବରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ ସହିତ ଗିରଫ ହୋଇଛନ୍ତି। ରେଳବାଇ ପୋଲିସ ଗୁପ୍ତ ସୂଚନା ଅନୁସାରେ ଟ୍ରେନ୍ ଚଢ଼ିବା ଆଗରୁ ଦୁଇ ମହିଳାଙ୍କ ଉପରେ ଚଢ଼ାଉ କରି ତାଙ୍କ ବ୍ୟାଗ ତଲାଶି କଲେ, ସେଥିରୁ ୧୧ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା। ଗିରଫ ହୋଇଥିବା ମହିଳାମାନେ — ଶାନ୍ତି ଦେବୀ (୪୫), ଝାଡ଼ଖଣ୍ଡ ଓ ଯଶୋଦା ଦେବୀ (୨୮), ଉତ୍ତରପ୍ରଦେଶ — ବୋଲି ପରିଚୟ ମିଳିଛି।ଗିରଫ ହୋଇଥିବା ମହିଳାମାନେ ବଲାଙ୍ଗୀରରୁ ଗଞ୍ଜେଇ ନେଇ ଓଡ଼ିଶା ବାହାରକୁ ଯାଉଥିବା ସମୟରେ ଧରାପଡ଼ିଥିବାରୁ, ଏହା ଅନ୍ତର୍ରାଜ୍ୟ ଷଡଯନ୍ତ୍ର ର ଅଂଶ ହେବାର ସନ୍ଦେହ ପ୍ରକାଶ ପାଇଛି। ଏଥିରେ ଅଧିକ ଲୋକ ଜଡ଼ିତ ରହିଥିବା ସମ୍ଭାବନାକୁ ମଧ୍ୟ ଅନ୍ୟଥା ଦେଖାଯାଇପାରିବ ନାହିଁ। ଏହି ଅଭିଯାନ ଉପସ୍ଥିତ ରହିଥିଲେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ଆଡିଶନାଲ ତହସିଲଦାର ଇନଚାର୍ଜ ସୌମ୍ୟରଞ୍ଜନ ରାଉତ। ଗଞ୍ଜେଇ ସିଜ୍ ହେବା ପରେ, ଦୁଇ ମହିଳାଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା ଚାଲିଛି। ତାଙ୍କଠାରୁ ଏହି ଚୋରାଚାଳନା ଟିମର ଅନ୍ୟ ଲିଙ୍କ ବିଷୟରେ ତଥ୍ୟ ମିଳିପାରେ ବୋଲି ଅପେକ୍ଷା। ବଲାଙ୍ଗୀର ସହର ଓ ତାହାର ପରିବେଶ ଯେତେବେଳେ ଯୁବପିଢ଼ୀ ମାନସିକ ଓ ଶାରୀରିକ ଭାବେ ନଷ୍ଟ କରୁଥିବା ଗଞ୍ଜେଇ, କପ୍ ସିରପ ପ୍ରଭୃତି ଅବୈଧ ମାଦକ ଦ୍ରବ୍ୟର ଶିକାର ହେଉଛି, ସେତେବେଳେ ଏପରି ଅଭିଯାନ ଏବଂ ପଦକ୍ଷେପ ଏକ ସ୍ୱାଗତଯୋଗ୍ୟ ପ୍ରୟାସ। ତେବେ ଏହି ବେପାର ପଛରେ ଥିବା ମୁଖ୍ୟ ମାଫିଆ ଓ ଲିଙ୍କ୍ ଉପରେ ପ୍ରଶାସନ ଗଭୀର ଚାପ ଦେଲେ ମାତ୍ର ଏହି ଅନାର୍ଥ ବନ୍ଦ ହେବ।