ଏସ୍ସିବିରେ ବନ୍ଦହେଲା ଅସ୍ଥିମଜ୍ଜା ପ୍ରତିରୋପଣ ୟୁନିଟ୍: ଚିକିତ୍ସା ଘୋର ସଂକଟରେ
କଟକ, ୧ / ୬ : ରାଜ୍ୟର ଏକମାତ୍ର ସରକାରୀ ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ (BMT) ୟୁନିଟ୍, କଟକ ଏସ୍ସିବି ମେଡିକାଲ କଲେଜରେ ଦୁଇ ମାସ ଧରି ବନ୍ଦ ରହିଛି। ମାର୍ଚ୍ଚ ୨୫ରେ ଶେଷଥର ପାଇଁ ଏଠି ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିଲା। ତାହାପରେ ଯୁନିଟ୍ ଅସ୍ଥାୟୀ ଭାବରେ ବନ୍ଦ କରାଯିବାର ମୂଳ କାରଣ ହେଉଛି—ମରାମତି ଆଳ ଓ ବିଶେଷଜ୍ଞଙ୍କ ଅଭାବ।
ଏହି ବନ୍ଦି ଥିବା ୟୁନିଟ୍ ଫଳରେ ଏବେ ଅନେକ ଆଶା ଓ ଜୀବନ ଅନିଶ୍ଚିତତାରେ ପଡ଼ିଛି। ଏସ୍ସିବି ହେମାଟୋଲୋଜି ବିଭାଗରେ ବର୍ତ୍ତମାନ ପ୍ରଫେସର ପଦ ଖାଲି ପଡ଼ିଛି। ଚଳିତ ମାସ ୨୪ ତାରିଖରୁ ଚୁକ୍ତି ଭିତ୍ତିକ ପ୍ରଫେସରଙ୍କର ଚୁକ୍ତି ନବୀକରଣ ନହେବାରୁ ଏହି ବିଭାଗର ବୃହତ୍ ସେବା ଓ ଶିକ୍ଷା ଦୁହିଁ ବନ୍ଦ ହେବାକୁ ଯାଉଛି। ତଦୁପରି ତିନି ଜଣ ଆସିଷ୍ଟାଣ୍ଟ ପ୍ରଫେସର ପଦରୁ ଗୋଟିଏ ଖାଲି ରହିଛି।
୨୦୧୪ ଏପ୍ରିଲରେ ଆରମ୍ଭ ହୋଇଥିବା BMT ୟୁନିଟ୍ ମାଧ୍ୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮୦ ଜଣ ରୋଗୀଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି। ଏଥିରୁ ୧୭୦ ଜଣ ରୋଗୀ ଏବେ ଫଲୋଅପ୍ ଓ ପରବର୍ତ୍ତୀ ଚିକିତ୍ସା ଅଭାବରେ ପଡ଼ିଛନ୍ତି। ଏହା ଅତି ଉଦ୍ବେଗଜନକ ଯେ, ଏସ୍ସିବି ଯେଉଁଠି ଏହି ସମସ୍ତ ସେବା ମାଗଣାରେ ମିଳୁଥିଲା, ସେଉଁଠି ଏବେ ଚିକିତ୍ସା ବନ୍ଦ ହେବାରୁ ରୋଗୀଙ୍କ ପାଇଁ ବାହାର ହସ୍ପିଟାଲରେ ଏହି ସେବା ନେବା ଅର୍ଥାତ୍ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ଅନିବାର୍ଯ୍ୟ ହେଉଛି।
ଏହା ସହିତ, ୩୫ ଜଣ ରୋଗୀ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ପ୍ରସ୍ତୁତ ଥିବା ବେଳେ ସେମାନଙ୍କ ଚିକିତ୍ସା ବି ବିପଦ ମୁହାଁରେ। ଡିଆର୍ଏନ୍ବି ପାଠ୍ୟକ୍ରମରେ ଅନୁସୂଚୀତ ୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ବି ବଘ୍ନିତ ହେବାର ଆଶଙ୍କା ବ୍ୟକ୍ତ ହେଉଛି।
ପ୍ରତି ସପ୍ତାହରେ ଏହି ବିଭାଗର ୩ ଟି OPD ରେ ୨୫୦-୩୦୦ ରୋଗୀ ଚିକିତ୍ସା ଓ ପରାମର୍ଶ ପାଇଁ ଆସୁଛନ୍ତି। ତାଙ୍କ ମଧ୍ୟରେ ଥାଲାସେମିଆ, ରକ୍ତ କର୍କଟ ଓ ଅନ୍ୟାନ୍ୟ ଗୁରୁତର ରୋଗର ରୋଗୀ ଅଛନ୍ତି। ଏଭଳି ସ୍ଥିତିରେ ଏସ୍ସିବିର BMT ୟୁନିଟ୍ ବନ୍ଦ ହେବାକୁ ନେଇ ରୋଗୀ ପରିବାର, ଡାକ୍ତରମାନେ ଓ ସାଧାରଣ ଜନମତରେ ଉଦ୍ବେଗ ଓ ଅସନ୍ତୋଷ