Hot Posts

6/recent/ticker-posts

ପଇସା ଦେଇପାରିଲେନି ବୋଲି ମିଳିଲାନି ସେବା, ଚିକିତ୍ସା ଅଭାବ ରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ନୟାଗଡ, ୧ / ୬ : ଏକ ମହିଳାଙ୍କ ଜୀବନ ୩୦ ହଜାର ଟଙ୍କା ରେ ମୂଲ୍ୟାଙ୍କନ ହେବା, ଏବଂ ସେ ପଇସା ନଦେବାରୁ ଚିକିତ୍ସା ଅବହେଳାର ଶିକାର ହୋଇ ପ୍ରାଣ ହରାଇଵା — ଏପରି ଘଟଣା ଜଣେ ନାଗରିକ ଭାବରେ ହୃଦୟ ବିଦାରକ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନ୍ତର୍ନିହିତ ଦୁର୍ନୀତିକୁ ଆଉଥରେ ପ୍ରକାଶ କରିଛି।
ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚଏଚ) ରେ ଗତ ଶନିବାର ରାତିରେ ଘଟିଥିବା ଏହି ଦୁଃଖଦ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ। ବାଲୁଗାଁ ଅଞ୍ଚଳର ଭାଜପା ଯୁବନେତା ସଂଜୟ କୁମାର ନାୟକଙ୍କ ପତ୍ନୀ ମମତା ସ୍ବାଇଁ (୨୭)ଙ୍କ ପ୍ରସବ ବେଦନା ଆରମ୍ଭ ହେବା ପରେ ସେ ଡିଏଚଏଚଏଚରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଏଠାରେ ତାଙ୍କ ପାଇଁ ସେବା ପ୍ରଦାନ କରିବା ପୂର୍ବରୁ ଚିକିତ୍ସା କର୍ମଚାରୀମାନେ ନିଜ ଲାଞ୍ଚ ଦାବି ପ୍ରଥମେ ରଖିଥିଲେ।
ସୂଚନା ଅନୁସାରେ, ଅସ୍ତ୍ରୋପଚାର ପାଇଁ ନର୍ସମାନେ ୩୦ ହଜାର ଟଙ୍କା ଦାବି କରିଥିଲେ। ଏହି ଟଙ୍କା ନ ଦେଉଥିବାରୁ ଡାକ୍ତର ସିଜେରିଅନ୍ କରିଲେନି, କି ରେଫର କରିଲେନି। ଏହି ଅବହେଳାର ଫଳରେ ମମତା ସ୍ବାଇଁ ଶନିବାର ରାତିରେ ଅସୁବିଧା ଭୋଗି ବେଳକୁ ମୃତ୍ୟୁବରଣ କରିଥିଲେ।
ଏହି ଘଟଣା ପରେ ଡିଏଚଏଚଏଚ ଅଞ୍ଚଳରେ ଅସନ୍ତୋଷ ବିସ୍ଫୋରଣ ଘଟିଛି। ସ୍ଥାନୀୟ ଜନସାଧାରଣ ଓ ରାଜନୈତିକ କାର୍ଯ୍ୟକର୍ତ୍ତାମାନେ ଚିକିତ୍ସକଙ୍କୁ ଗିରଫ କରିବା ଦାବିରେ ରୋଷ ପ୍ରକାଶ କରି ବିଖୋଭ କରୁଛନ୍ତି। ରୋଗୀ ସୁରକ୍ଷା ଓ ମାନବିକ ମୂଲ୍ୟବୋଧ ରେ ଯେଉଁ ଚିକିତ୍ସା ବ୍ୟବସ୍ଥା ଚାଲିବା ଥିଲା, ସେଠି ଆଜି ଲାଞ୍ଚ ଦିଆ-ନ ଦିଆ ମାନଦଣ୍ଡ ହୋଇବା ନିଶ୍ଚିତ ଭାବେ ଲଜ୍ୟା ଜନକ ।
ଏହି ଘଟଣାର ସତ୍ୟ ଉଜାଗର କରି ଦାୟୀ ବ୍ୟକ୍ତିମାନଙ୍କ ଉପରେ କଠିନ ଆଇନଗତ ବ୍ୟବସ୍ଥା ନିଆଯିବା ଦାବିରେ ସାମୁଦାୟିକ ସ୍ତରରେ ଆନ୍ଦୋଳନ ଶୁଭାରମ୍ଭ ହୋଇଛି। ଜିଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।