ବଡ଼ ଖୁଲାସା, ଯୁଦ୍ଧବେଳେ ପାକିସ୍ତାନ ଖସାଇଥିଲା ଭୟତୀୟ ଯୁଦ୍ଧ ବିମାନ
ଦିଲ୍ଲୀ, ୧ / ୫ : ପହଲଗାମ୍ ଆକ୍ରମଣ ପରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ଅପରେଶନ 'ସିନ୍ଦୂର'କୁ ଯେପରିକି କେନ୍ଦ୍ର ସରକାର ଏକ ବଡ଼ ସଫଳତା ବୋଲି ପ୍ରସ୍ତୁତ କରୁଛି, ସେଥିରେ ବିରୋଧୀ ମଧ୍ୟ ଏବେ ପ୍ରଶ୍ନ ଉଠାଇଛନ୍ତି – ସେଇ ସଫଳତା ରେ ଯଦି କିଛି ଦ୍ଵନ୍ଦ ରହିଛି କି?ପାକିସ୍ତାନୀ ସେନା ଦାବି କରିଛି ଯେ, ସେମାନେ ଭାରତର ୬ଟି ରାଫାଲ୍ ଫାଇଟର୍ ଜେଟ୍ ଧ୍ୱଂସ କରିଛନ୍ତି। ଏହି ଦାବି ସତ୍ୟ ନୁହେଁ ବୋଲି ଭାରତ ପକ୍ଷରୁ କହାଯାଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ ରାଜସ୍ୱ ସ୍ତରରୁ କୌଣସି ସ୍ପଷ୍ଟ ସଂଖ୍ୟା କିମ୍ବା ତଥ୍ୟ ଆସିନାହିଁ।
ଶନିବାର, ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଏଲଗ୍ ଅବସରରେ ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ ଅନିଲ ଚୌହାନ ବ୍ଲୁମବର୍ଗକୁ ଦିଆଯାଇଥିବା ଏକ ସାକ୍ଷାତକାରରେ କହିଛନ୍ତି, “ସଂଘର୍ଷ ବେଳେ ଏକ ଯୁଦ୍ଧବିମାନ ଖସିଥିଲା – ବିମାନ ଖସିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହା କାହିଁକି ଖସିଥିଲା ତାହା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ।”ଜେନେରାଲ ଚୌହାନ ପାକିସ୍ତାନର ୬ଟି ରାଫାଲ୍ ଖସାଇଦେବା ଦାବିକୁ 'ସମ୍ପୂର୍ଣ୍ଣ ମିଥ୍ୟା' ବୋଲି ଖଣ୍ଡନ କରିଥିବା ସତ୍ୱେ, ସେ ବି ଭାରତ ପକ୍ଷରୁ କେତେ ବିମାନ ନଷ୍ଟ ହୋଇଛି ତାହା ସ୍ପଷ୍ଟ କହିନାହାନ୍ତି। ଏହା ନେଇ ସୂଚନା ଦେବାରେ ସରକାର ମୌନ ରହିଛି।ଏହି ଘଟଣାରୁ ୨ ଦିନ ପୂର୍ବରୁ, ବାୟୁସେନା ମୁଖ୍ୟ ଅମରପ୍ରୀତ୍ ସିଂ CII (Confederation of Indian Industry) ସମ୍ମିଳନୀରେ ମାନିଛନ୍ତି ଯେ, ସ୍ୱଦେଶୀ ତିଆରି ଯୁଦ୍ଧ ସାମଗ୍ରୀ ବେଳେବେଳେ ସମୟରେ ପହଞ୍ଚୁନାହିଁ। ଏଥିପାଇଁ ସେ ଅସନ୍ତୋଷ ଓ ଚିନ୍ତା ବ୍ୟକ୍ତ କରିଥିଲେ।CDS ଚୌହାନଙ୍କ ବିଭାଷଣ ପରେ ଏବେ କଂଗ୍ରେସ ଓ ବିରୋଧୀ ଦଳ ଏହି ମାମଲାକୁ ଗମ୍ଭୀରଭାବରେ ଉଠାଇଛନ୍ତି। ସେମାନେ ଦାବି କରୁଛନ୍ତି, ସରକାର ଦେଶବାସୀଙ୍କୁ ସତ କଥା କୁହନ୍ତୁ – କେତେ ବିମାନ ଖସିଛି, କେଉଁଠି ଖସିଛି, ଓ କିପରି ଖସିଛି?