Hot Posts

6/recent/ticker-posts

ଟ୍ରାଫିକ୍ ପୋଷ୍ଟରେ ଏବେ ତୁଳସୀର ସ୍ବାସ: ଭୁବନେଶ୍ୱରରେ ଅକ୍ସିଜେନ ବୃଦ୍ଧି ପାଇଁ ନଗର ଉନ୍ନୟନ ମନ୍ତ୍ରଣାଳୟର ନୂଆ ପଦକ୍ଷେପ

ଭୁବନେଶ୍ୱର, ୩ / ୬ : ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ପୋଷ୍ଟଗୁଡିକର ଦୃଶ୍ୟପଟ ଏବେ ଅନ୍ୟ ରୂପ ନେବ। ଅତି ଶୀଘ୍ର ହେବାକୁ ଯାଉଥିବା ଏକ ପରିବର୍ତ୍ତନରେ, ସମସ୍ତ ଟ୍ରାଫିକ୍ ପୋଷ୍ଟ ନିକଟସ୍ଥ ଡିଭାଇଡର ଉପରେ ଲାଗିବ ତୁଳସୀ ଗଛ। ଏହି ଉଦ୍ୟମ ମାଧ୍ୟମରେ ସହରରେ ପରିବେଶ ବନ୍ଧୁ ଅଭିଯାନକୁ ଆଗେଇ ନେବା ଉଦ୍ଦେଶ୍ୟ ରଖାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଉଦ୍ୟମ ବିଷୟରେ କହିଛନ୍ତି, “ତୁଳସୀ ଗଛ ପ୍ରାକୃତିକ ଭାବରେ ଉତ୍ତମ ଅକ୍ସିଜେନ ଦାତା। ଅବଶ୍ୟକ ଅକ୍ସିଜେନ ଅଭାବ ମଧ୍ୟରେ ଯେଉଁଠି ଲୋକେ ଦୀର୍ଘ ସମୟ ଟ୍ରାଫିକ୍‌ରେ ଅଟକିଥାଆନ୍ତି, ସେଠି ଏହି ପ୍ରକୃତି ପ୍ରଦାନ ଗଛ ଥିଲେ ଏକ ଛୋଟ ଶ୍ୱାସ ସ୍ଥଳ ହିସାବରେ କାମ କରିପାରିବ।” ମନ୍ତ୍ରୀ ଅଧିକ କହିଛନ୍ତି, ଏହି ଯୋଜନା ପାଇଁ ସମସ୍ତ ULB (Urban Local Bodies) କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହାକୁ ଶୀଘ୍ର କାର୍ଯ୍ୟାନ୍ୱୟ କରିବାକୁ ଚାଲିଛି ପ୍ରସ୍ତୁତି। ଏହି ପଦକ୍ଷେପ ଦ୍ୱାରା ଏକପଟେ ସହର ପରିବେଶ ଶୁଧ୍ଧ ହେବା ସହ ଅନ୍ୟପଟେ ଟ୍ରାଫିକ୍‌ରେ ଅଟକୁଥିବା ଲୋକମାନେ ନିଶ୍ୱାସ ନେଇପାରିବେ ତାଜା ଓ ଶୁଧ୍ଧ ହାୱା। ଏହା ସହ ରାଜଧାନୀର ସୌନ୍ଦର୍ୟ ବଢ଼ିବା ସହିତ ସଚେତନ ହେବ ସମସ୍ତେ ଏହାକୁ ଗ୍ରହଣ କରିବେ ବୋଲି ଆଶା ବ୍ୟକ୍ତ କରାଯାଇଛି।