Hot Posts

6/recent/ticker-posts

ପରିବାରିକ ବିବାଦ ରୂପନେଲା ହତ୍ୟାକାଣ୍ଡ, ମହୁଲପଦା ରେ ଭାଇଙ୍କ ହାତରେ ଭଉଣୀ ଙ୍କ ମୃତ୍ୟୁ

ବଣାଇଁ, ୯ / ୬ :  — ସୁନ୍ଦରଗଡ଼ ଜିଲ୍ଲାର ମହୁଲପଦା ଥାନା ଅଧୀନ ଜିନକଳା ଗ୍ରାମରେ ଏକ ସାଧାରଣ ଘରେଳୁ ବିବାଦ ଆଖିରେ ଦୁଃଖଦ ଅଂତ ନେଇଛି। ଏହି ବିବାଦ ଆଶ୍ଚର୍ଯ୍ୟଜନକ ଭାବେ ହତ୍ୟାର ରୂପ ଧାରଣ କରିଥିବା ଘଟଣାରେ ଜଣେ ଭଉଣୀ ଜୀବନ ହରାଇଛନ୍ତି। ସୂତ୍ର ଅନୁସାରେ, ରବିବାର ରାତିରେ ଗ୍ରାମବାସୀ ବିଜୟ ମାହାନ୍ତ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଘରୋଇ ଘସଘସି ଆରମ୍ଭ ହୋଇଥିଲା। ବିବାଦ ବେଳେ ତାଙ୍କ  ବଡ଼ ଭଉଣୀ ହେମଗିରି ମାହାନ୍ତ ମଧ୍ୟସ୍ତ ହେବାକୁ ଚେଷ୍ଟା କରୁଥିବା ବେଳେ ବିଜୟ ଉଗ୍ର ହୋଇ ଏକ ଲୁହା ଛଡ଼ ନେଇ ଭଉଣୀଙ୍କ ମୁଣ୍ଡ ଉପରେ ଆକ୍ରମଣ କରିଥିଲେ। ଏହି ହାନିକାରକ ଆଘାତରେ ହେମଗିରି ସ୍ଥଳରେ ଟଳି ପଡ଼ି ଅଚେତନ ଅବସ୍ଥାରେ ଛଟପଟ କରିଥିଲେ। ଘଟଣା ପରେ ନିଜେ ବିଜୟ ତାଙ୍କ ଭଉଣୀଙ୍କୁ ଚିକିତ୍ସା ପାଇଁ ବଣାଇଁ ଉପକେନ୍ଦ୍ର ଆଣିଥିଲେ, କିନ୍ତୁ ସେଠାରେ ଡାକ୍ତରମାନେ ହେମଗିରିଙ୍କୁ ମୃତ ଘୋଷଣା କରିଦେଇଥିଲେ। ଘଟଣା ସନ୍ଦର୍ଭରେ ମହୁଲପଦା ଥାନା ଅଧିକାରୀ ସୁରେଶ କୁମାର ପ୍ରଧାନ କହିଛନ୍ତି, “ଅଭିଯୁକ୍ତ ବିଜୟଙ୍କୁ ଗିରଫ କରାଯାଇଛି ଓ ମୃତଦେହକୁ ପୋଷ୍ଟମର୍ଟେମ୍‌ ପାଇଁ ପଠାଯାଇଛି। ଘଟଣା ଗମ୍ଭୀର ଭାବରେ ତଦନ୍ତ ହେଉଛି।” ପରିବାରିକ ଦ୍ୱନ୍ଦ ଓ କ୍ଷୁଦ୍ର ବିବାଦରେ ଏଭଳି ଦୁଃଖଦ ଅଂତ ଏକ ସମାଜିକ ଚେତନାର ଆବଶ୍ୟକତା ଉପସ୍ଥାପିତ କରୁଛି।