Hot Posts

6/recent/ticker-posts

ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ: ମହିଳା, ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ପାଇଁ ରିହାତି; ଅନେକ ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର, ୮ / ୫ : ରାଜ୍ୟର ଲୋକମାନେ ଏବେ ଆଶା ଵାନ୍ଧିଛନ୍ତି ନୂତନ ଯାତାୟାତ ବ୍ୟବସ୍ଥାରେ। ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱରେ ଆସନ୍ତାଦିନ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା। ଏହି ସେବା ତଳସ୍ଥରର ଲୋକମାନଙ୍କ ପାଇଁ ବିଶେଷ ଉପକୃତି ନେଇ ଆସିଛି — ମହିଳା, ଟ୍ରାନ୍ସଜେଣ୍ଡର, ବିଶେଷକ୍ଷମ, ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀମାନେ ପାଇପାରିବେ ୫୦ ପ୍ରତିଶତ ଭାଡ଼ା ରିହାତି। କେବଳ ଯାତାୟାତ ନୁହେଁ, ରାଜ୍ୟ ସରକାର ଏହି କ୍ୟାବିନେଟ ବୈଠକରେ ମୋଟ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ବିପର୍ଯ୍ୟୟ ପ୍ରତିରୋଧକ ଯୋଜନାରେ ଏକ ନୂତନ ସଡ଼କ ଯୋଜନା ମଞ୍ଜୁର କରାଯାଇଛି — ଏହି 'ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା' ଅନ୍ତର୍ଗତ ୫୦୦ କି.ମି. ରାସ୍ତା ନିର୍ମାଣ ପାଇଁ ବ୍ୟୟ ହେବ ୧,୦୦୦ କୋଟି ଟଙ୍କା। ଏହା ରାଜ୍ୟର ୧୪୯ ନିର୍ବାଚନ ମଣ୍ଡଳୀରେ ଭଲ ସଂଯୋଗ ନିମିତ୍ତରେ ଏକ ଦୃଢ଼ ପଦକ୍ଷେପ ଭାବେ ଦେଖାଯାଉଛି। ପ୍ରାଣୀଚିକିତ୍ସା ସେବାକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ଗଭୀର ପଦକ୍ଷେପ ନିଆଯାଇଛି। ପ୍ରାଣୀଚିକିତ୍ସା ବୈଷୟିକ କ୍ୟାଡରରେ ୧୧୩ ନୂତନ ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହା ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ପଶୁସଂପଦର ସୁସ୍ଥ ରଖଣା ପାଇଁ ଦୂରଦର୍ଶୀ ପଦକ୍ଷେପ। ଏହି ବୈଠକର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି — ପୂର୍ବରୁ କେବଳ ଅବିବାହିତ ଝିଅମାନେ ଫ୍ୟାମିଲି ପେନସନର ଲାଭ ନେଇପାରୁଥିଲେ, ଏବେ ଏଥିରେ ଗୁରୁତ୍ୱପୂର୍ଣ୍ଣ ବଦଳ ଆଣାଯାଇଛି। ଯଦି ଦିବ୍ୟାଙ୍ଗ ଝିଅ ଥାଏ ଓ ବିବାହ ପରେ ମଧ୍ୟ ପରିବାର ଆୟ ୫ ଲକ୍ଷ ଟଙ୍କାଠାରୁ କମ ଅଛି, ତେବେ ସେ ବ୍ୟକ୍ତି ବି ଫ୍ୟାମିଲି ପେନସନ ଲାଭ ନେଇପାରିବେ।ଏହି ସମସ୍ତ ପଦକ୍ଷେପ ରାଜ୍ୟ ସରକାରଙ୍କ ଲୋକପ୍ରତିବଦ୍ଧତାକୁ ପ୍ରକାଶ କରିଥାଏ। ଆଗାମୀ ଦିନରେ ଏହି ସବୁ ଯୋଜନା ମାନେ କେତେ ପର୍ଯ୍ୟନ୍ତ ଭୂମିସ୍ଥ ହେବେ, ତାହା ଦେଖିବାକୁ ଲୋକମାନେ ଆଶା କରୁଛନ୍ତି।