Hot Posts

6/recent/ticker-posts

ଅତାବିରାରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ, ଛତିଶଗଡ଼କୁ ଚାଲାଣ ପୂର୍ବରୁ ପୋଲିସର ଚଢ଼ାଉ

ବରଗଡ଼, ୧୧ / ୫ : ଅତାବିରା ପୋଲିସ ଆଉ ଏକ  ଅଭିଯାନରେ ବେଆଇନ ଗଞ୍ଜେଇ ଚାଲାଣ ଚକ୍ରକୁ ଧ୍ୱଂସ କରିଛି। ଲକ୍ଷାଧିକ ଟଙ୍କାର ମୂଲ୍ୟର ୧୨୦ କିଲୋଗ୍ରାମ ଗଞ୍ଜେଇ ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ବରଗଡ଼ ଜିଲ୍ଲା ଅତାବିରା ପୋଲିସ। ଅଭିଯୁକ୍ତମାନେ ଗଞ୍ଜେଇ ଛତିଶଗଡ଼କୁ ଚାଲାଣ କରୁଥିବାବେଳେ, ଗୁପ୍ତ ସୂଚନାରେ ଅଭିଯାନ ଚାଲାଇ ତାଙ୍କୁ ଗିରଫ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ — ଉତ୍ତରପ୍ରଦେଶର ବବି ଖାନ ଓ ସମ୍ବଲପୁର ଧମା ଥାନା ଅଂତର୍ଗତ ଲରାସରା ଗାଁର ସୁଜିତ ସାହୁ ବୋଲି ଅତାବିରା ପୋଲିସ ସୂଚନା ଦେଇଛି। ସେମାନଙ୍କ ଠାରୁ ଗଞ୍ଜେଇ ସହ ଗୋଟିଏ ଚାଳିତ କାର୍, ଦୁଇଟି ମୋବାଇଲ ଓ ନଗଦ ୪୨ ଶହ ଟଙ୍କା ଜବତ କରାଯାଇଛି।
ଏ ସମ୍ପର୍କରେ ଅତାବିରା ପୋଲିସ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛି ଯେ, ଅଭିଯୁକ୍ତମାନେ ଦୀର୍ଘଦିନ ଧରି ଗଞ୍ଜେଇ ଚାଲାଣ ର ବ୍ୟବସାୟ ରେ ଜଡିତ ଥିବା ସନ୍ଦେହ ଅଛି ଓ ତଦନ୍ତ ଅଧିକ ଗଭୀର କରାଯିବ। ପୋଲିସ ଏବେ ଏହି ମାମଲାକୁ ଗୁରୁତ୍ୱ ସହ ନେଇ ତଦନ୍ତ ଜାରି ରଖିଛି ଓ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏହି ଅଭିଯାନ ଦ୍ୱାରା ଓଡ଼ିଶା-ଛତିଶଗଡ଼ ବେଆଇନ ଚାଲାଣ ରୁଟ୍‌ ଉପରେ ଲାଗିଥିବା ଚାପ ଅଧିକ ମଜବୁତ ହେବାର ଆଶା ରହିଛି।